ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ମେ ୩୧ ରେ ଲକଡାଉନ ସରିବା ପରେ ଜୁନ ୧ରୁ ଅନଲକ-୧ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏଥିରେ ରାଜ୍ୟ ଗୁଡିକ ପରିସ୍ଥିତି ଅନୁଧ୍ୟାନ କରି ନିୟମ କାନୁନ ଜାରି କରିପାରିବେ ବୋଲି ନିର୍ଦ୍ଦେଶ ଥିଲା।ତେବେ ଓଡିଶାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲା।ଏହି ଅନଲକ୍-୧ ନିୟମାବଳୀରେ ସାମାନ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର।
ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଇଥିଲା। ହେଲେ ପରୀକ୍ଷା ଆୟୋଜନ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।
ସେହିପରି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ହେବାକୁ ଥିବା ସଟଡାଉନ ବେଳେ କୃଷି, ଉଦ୍ୟାନକୃଷି, ପଶୁପାଳନ, ମତ୍ସ୍ୟ ଚାଷ ସଂପର୍କିତ କାର୍ଯ୍ୟକଳାପକୁ କଟକଣାମୁକ୍ତ କରାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହା ନ ଥିଲା। ସେପଟେ ସଟଡାଉନ୍ ବେଳେ କମିଶନରେଟ୍ କିମ୍ବା ଜିଲ୍ଲା ପୋଲିସ ଦ୍ୱାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ସଟଡାଉନ୍ ବେଳେ ଛାପା ଗଣମାଧ୍ୟମ ଅଫିସ ମଧ୍ୟ କାର୍ଯ୍ୟ କରିପାରିବ।
ସେହିପରି ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ନୂଆ ଆଦେଶରେ କୁହାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହି କଟକଣା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିଲା।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
