ଜଗତସିଂହପୁରରେ ଆଜି ୧୪ ପଜିଟିଭ୍ ଚିହ୍ନଟ।
ଜଗତସିଂହପୁର,୧/୬(ଓଡ଼ିଆ ନ୍ୟୁଜ): ଆଜି ପୁଣି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଚାରି ଜଣ ,କୁଜଙ୍ଗ ବ୍ଲକ ରୁ ଆଠ ଜଣ ନାଉଗାଁ ରୁ ଦୁଇ ଜଣ ସର୍ବମୋଟ ଚଉଦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ସମସ୍ତେ କ୍ଵାରେନ ଟାଇନ ରେ ଥିଲେ ଓ ତାଙ୍କୁ କିମିସ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଞ୍ଚିଥିବା ବେଳେ ସେଥିରୁ ୩୦ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ୫୨ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।