banner
Breaking

ଓଡିଶାରେ ୧୫ ଦିନ କରାଯିବ ବ୍ୟାପକ ସଚେତନତା।

0

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ନୂଆ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍, ରେଡ୍ ଓ ଅରେଂଜ ଜୋନ୍ ଚିହ୍ନଟ ହେବ। ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଯାଏଁ ଲକ୍ଷେ ଲୋକ ସଫଳତାର ସହ କ୍ୱାରେଣ୍ଟିନ ସାରି ଘରକୁ ଗଲେଣି।

ସେହିପରି ୧୦୯ ଟ୍ରେନରେ ଅନ୍ୟ ରାଜ୍ୟରୁ ୧ ଲକ୍ଷ ୫୩ ହଜାର ଲୋକ ରାଜ୍ୟକୁ ଫେରିଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୭୩ ହଜାର ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି। ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ଅନୁମତି ବିନା ଟ୍ରେନ୍ ଆସୁଛି। ଏହାକୁ ନେଇ ସମସ୍ୟା ଉପୁଜୁଛି ଏବଂ ଅଧିକ ପରିଶ୍ରମ କରିବାକୁ ପଡୁଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଜୁନ୍ ପହିଲାରୁ ରାଜ୍ୟରେ ଆଉ ୧୨ଟି ଟ୍ରେନ ଚଳାଚଳ କରିବ। ତେବେ କରୋନା ମୁକାବିଲାରେ ଓଡ଼ିଶା ଏବେ ସାରା ଦେଶରେ ମଡେଲ ହୋଇଛି ମୁଖ୍ୟ ଶାସନ ସଚିବ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.