banner
Breaking

ଓଡିଶାବାସୀଙ୍କ ଚିନ୍ତା ବଢାଇଲେ ସୁରତ ଫେରନ୍ତା। ଆଜି ୫୨ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ) : ଓଡିଶାର ବାସୀଙ୍କ ଚିନ୍ତା ବଢାଇ ଦେଲେଣି ସୁରତ ଫେରନ୍ତା। ଏବେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସକାଳୁ୨୬,ମଧ୍ୟାହ୍ନରେ ଜଣେ ଓ ସନ୍ଧ୍ୟାରେ ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଆସିଛି । ଫଳରେ ସଂଖ୍ୟା ୨୭୧ କୁ ବୃଦ୍ଧି ପାଇଛି। ଏଥିରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୪ ଓ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଗଂଜାମ ଏବେ ସବୁ ଜିଲ୍ଲାକୁ ଟପି ୭୧ରେ ପହଞ୍ଚିଛି। ଭୁବନେଶ୍ୱରରେ ଆକ୍ତାନ୍ତଙ୍କ ସଂଖ୍ୟା ୫୦ ଥିଲା । ଆଉ ଜଣେ ବଢି ଏହା ୫୧ ହୋଇଛି । ଏଥିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଆକ୍ରାନ୍ତ ସବୁ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ଆଜି ସକାଳେ ଗଂଜାମରୁ ୧୯ ଜଣ ଚିହ୍ନଟ ହୋଇଥିଲେ। ଏବେ ପୁଣି ୨୪ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ମୋଟ ୫୨ ଜଣ ଚିହ୍ନଟଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ କେବଳ ୪୩ ଜଣ ଅଟନ୍ତି। ତେବେ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୬ ଜଣ ଚିକିତ୍ସିତ ହେଉଛନ୍ତି । ବର୍ତମାନସୁଦ୍ଧା ଓଡିଶାରେ ୫୨ ହଜାର ୯୭୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୨୭୧ ଜଣଙ୍କ ନମୁନା ପଜେଟିଭ ଆସିଛି ।

Khansweb Solution Bhubaneswar

Leave A Reply

Your email address will not be published.