banner
Breaking

ମମ୍ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ।

0

ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ କବଳରେ ସାରା ପୃଥିବୀ । ସମସ୍ତେ ହାହାକାର କରୁଛନ୍ତି। ଏହି ମାରାତ୍ମକ ଭୂତାଣୁକୁ ନଷ୍ଟ କରିବା ପାଇଁ ସମସ୍ତ ବୈଜ୍ଞାନିକ ମାନଙ୍କର ,ଜ୍ଞାନ କୌଶଳ ଫେଲ ମାରିଛି। ସମ୍ପୂର୍ଣ୍ଣ ମାନବଜାତି ଆଜି ନିଷହାୟ ହୋଇପଡିଛି। ଏହାକୁ ମୁକାବିଲା କରିବା ପାଇଁ ଏକମାତ୍ର ଔଷଧ ପାଲଟିଛି ସାମାଜିକ ଦୂରତା,ହାତ ଧୋଇବା ଓ ମାସ୍କ ପିନ୍ଧିବା। ଏଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି।ଏଥିରେ ମଧ୍ୟ ସାମିଲ ହୋଇଛନ୍ତି ସାମାଜିକ ଅନୁଷ୍ଠାନ ଓ ସମାଜ ସେବୀ । ଗାଁ ଗାଁ, ସହର ସହର ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ପଙ୍କପାଳ ଗ୍ରାମ ପଞ୍ଚାୟତର ଢିଅସାହି ଅଞ୍ଚଳରେ। ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମମ୍ ପକ୍ଷରୁ ଗାଁ ସାରା ଲୋକଙ୍କୁ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ସଚେତନ କରାଯାଇ ୨୦୦ ମାସ୍କ ବଣ୍ଟନ କରାଯାଇଛି।ଏନେଇ ଅନୁଷ୍ଠାନର ମୁଖ୍ୟ ସୁଜାତା ନାୟକ କହିଛନ୍ତି ମଣିଷ ଜୀବନ ଅତ୍ୟନ୍ତ ମୁଲ୍ୟବାନ ଅଟେ। ଆମ୍ଭେମାନେ ଯଦି ଟିକେ ସତର୍କତା ଅବଲମ୍ବନ କରିବା ତାହେଲେ କରୋନା ମହାମାରୀକୁ ଦୁରେଇ ଦେଇ ପାରିବା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଓ୍ବାଡ ମେମ୍ବର ପ୍ରିୟତମା ମନ୍ତ୍ରୀ ଓ ଅଙ୍ଗନବାଡି କର୍ମୀ ରାଜତରଙ୍ଗିନୀ ଚୌଧୁରୀ ସହଯୋଗ କରିଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ସରୋଜିନୀ ମଲ୍ଲ,ତମସା ଚୌଧୁରୀ, ସସ୍ମିତା ମଲ୍ଲ ଓ କାମଦେବ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.