ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ଦୁଇ ଦିନ ଧରି ଅପରିବର୍ତ୍ତିତ ରହିଥିବାବେଳେ ଆଜି ଆଉ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ରେ ପହଂଚିଛି। ଗତକାଲି ସୁଦ୍ଧା ମୋଟ୍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୮ଟି ନମୁନା ପଜିଟିଭ୍ ଆସିଛି। ଏବେ ସକ୍ରିୟ ଭାବେ ୪୩ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୨୪ଜଣଙ୍କୁ ସୁସ୍ଥ ହେବା ପରେ ଡିସ୍ଚାର୍ଜ କରାଯାଇଛି। ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା।ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୭ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇ ପଠାଯାଇଛି। ସମ୍ପୃକ୍ତ ୭ ନୂଆ ସଂକ୍ରମିତଙ୍କ ନିକଟ ସଂପର୍କିୟମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ୭ ସ°କ୍ରମିତଙ୍କ ମଧ୍ୟରୁ ଭଦ୍ରକର ୫ ଜଣ। ଏଥିରେ ଭଣ୍ଡାରିପୋଖରୀ ବ୍ଲକର ୨ଜଣ ଓ ବାସୁଦେବ ପୁର ବ୍ଲକର ୩ ଜଣ ବୋଲି ଭଦ୍ରକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଦୁଇଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଅନ୍ୟ ଦୁଇଜଣ ବାଲେଶ୍ବରର ବୋଲି ଜଣାପଡିଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
