କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି।
ଦିଲ୍ଲୀ,୧୫ ।୪(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି। ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ। ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା । ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ । ଗ୍ରାମାଞ୍ଚଳରେ ରାସ୍ତା କାମ ସହ କୃଷି କାର୍ଯ୍ୟ ଜାରି ରହିବ । ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ । ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, ଡିଟିଏଚ୍ ସେବା ଜାରି ରହିବ । କୋରିଅର ସେବା କାମ କରିବାକୁ ଅନୁମତି ।ଅଫିସ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବ । ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା । କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ । ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ । ମନରେଗା କାମ ଜାରି ରହିବ । ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ ।