banner
Breaking

ଭୁବନେଶ୍ୱରରେ ସ°କ୍ରମିତଙ୍କର ପରିବାର ଲିଙ୍କ ରହିଛି। ଭୟଭୀତ ହେବା ନାହିଁ।

0

ଭୁବନେଶ୍ୱର, ୬।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୩୦ଜଣ ରହିଛନ୍ତି। ଗତ ୩ଦିନ ମଧ୍ୟରେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇଯାଇଛି। ୩୦ଜଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୂର୍ଯ୍ୟନଗରର ଓ ବମିଖାଲର ପ୍ରଥମ ଆକ୍ରାନ୍ତଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି। ତେବେ ବମିଖାଲର ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବମିଖାଲରେ ପ୍ରଥମେ ୩ଜଣଙ୍କ କରୋନା ପଜିଟିଭ ବାହାରିଥିଲା। ସେମାନେ ୩ଭାଇ ଥିଲେ। ଏହାପରେ ଆଉ ଜଣେ ଆକ୍ରାନ୍ତ ତାଙ୍କ ପରିବାରର ବାହାରିଥିଲା। ତାପରେ ପୁଣି ୧୫ଜଣ ବମିଖାଲର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.