ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ବାଭିମାନୀପଣିଆକୁ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢ଼ତାର ସହ କରୋନାକୁ ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ ବୋଲି ସେ କହିଛନ୍ତି।ପ୍ରକାଶ ଯେ, କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି କୌଣସି ସଭା ସମିତି, ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ଏହାକୁ ନେଇ ବୁଧବାର ପାଳନ ହେଉଥିବା ଉତ୍କଳ ଦିବସକୁ ବାତିଲ କରାଯିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଥିଲା।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
