banner
Breaking

କରୋନା ପାଖରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ। ସୁବ୍ରତୋ ବାଗଚୀ

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଓଡିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋ ତରଫରୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା।
ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି, ଚତୁର୍ଥ ପଜିଟିଭ୍‌ ବ୍ୟକ୍ତି ଜଣଙ୍କ ବିଦେଶ ଫେରନ୍ତା ୨୯ବର୍ଷୀୟ ଯୁବକ। ସେ ଦୁବାଇରେ ରହି କାମ କରୁଥିଲେ।
ଗତ ୧୮ମାର୍ଚ୍ଚରେ ଫ୍ଲାଇଟ୍‌ ନଂ-ଇକେ୫୭୦ ଦ୍ୱାରା ଦୁବାଇରୁ କୋଲକାତା ଆସିଥିଲେ। କୋଲକାତା ବିମାନବନ୍ଦରରୁ ଏକୁଟିଆ ଟ୍ୟାକ୍ସିରେ ହାଓ୍ବଡା ଷ୍ଟେଶନକୁ ଯାତ୍ରା କରିଥିଲେ। ସେହିଭଳି ୧୮ ମାର୍ଚ୍ଚ ଦିନ ହାଓ୍ବଡାରୁ ଇଷ୍ଟକୋଷ୍ଟ ରେଳ(କୋଚ୍‌ ନଂ-ଏସ୍‌୧୧) ଯୋଗେ ଭଦ୍ରକ ଷ୍ଟେଶନ ଆସିଥିଲେ। ସେଠାରୁ ଅଟୋ ରିକ୍ସାରେ ଘରକୁ ଆସିଛନ୍ତି। ବିଦେଶରୁ ଆସିଥିବା ହେତୁ ସେ ନିଜ ଘରେ ସଂଗରୋଧ ହୋଇ ରହିଥିଲେ। ମାର୍ଚ୍ଚ ୩୦ରେ ପରୀକ୍ଷା ପାଇଁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ମାର୍ଚ୍ଚ ୩୧ରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ସେ ଆହୁରି କହିଛନ୍ତି ଯେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ଏହା ୨୦୩ଟି ଦେଶ ଏବଂ ୨ ଜାହାଜରେ ପହଞ୍ଚିଲାଣି। ବିଶ୍ୱସ୍ତରରେ ମଙ୍ଗଳବାର ୭ଲକ୍ଷ ୮୯ ହଜାର ୯୩୬ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବୁଧବାର ମୋଟ ୮ଲକ୍ଷ ୬୨ହଜାର ୪୯୫ଜଣ ସଂକ୍ରମିତ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୩୮୧୦୩ରୁ ୪୨୫୧୦ରେ ପହଞ୍ଚିଛି।
ଅପରପକ୍ଷେ ଭାରତରେ ବୁଧବାର ୧୫୯୦ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଏହା ୧୨୫୧ ଥିଲା। ମୃତକଙ୍କ ସଂଖ୍ୟା ୩୨ରୁ ୪୫ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖିଲେ ଆସନ୍ତା ୨ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। କରୋନା ପାଖରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ। ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ବୁଧବାର ସୁଦ୍ଧା ୬୧୦ ନମୂନା ପରୀକ୍ଷାର ରିପୋର୍ଟ ଆସିଥିବା ବେଳେ ସେଥିରୁ ପଜିଟିଭ୍‌ ଅଛନ୍ତି ୪ଜଣ। ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ ଥିବା ବେଳେ ତୃତୀୟ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୧୨ ରହିଛି।
ମଙ୍ଗଳବାର ଚିହ୍ନଟ ହୋଇଥିବା ଚତୁର୍ଥ ମାମଲା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ରହିଛି। ବିଭିନ୍ନ ଚିକିତ୍ସାଳୟରେ ୮୮ଜଣ କରୋନା ସନ୍ଦିଗ୍ଧ ପୃଥକାବାସରେ ରହୁଛନ୍ତି। ରାଜ୍ୟ ସରକାରଙ୍କ ପୋର୍ଟାଲ ଏବଂ ୧୦୪ନଂରେ ୧୫ହଜାର ୪୫ଜଣ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୩୩୨ଜଣ ବିଦେଶ ଫେରନ୍ତା ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.