banner
Breaking

ଲିଙ୍ଗରାଜଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରେ।

0

ଭୁବନେଶ୍ୱର, ୩୧ା୩ (ଓଡ଼ିଆ ନ୍ୟୁଜ) – ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଅନିଶ୍ଚିତତା ମଧ୍ୟରେ ରହିଛି। କରୋନା କଟକଣା ଓ ଲକ୍‌ଡାଉନ୍‌ ପାଇଁ ପ୍ରଶାସନ କୌଣସି ପରିସ୍ଥିତିରେ ରଥଯାତ୍ରା ପାଇଁ ରାଜି ହେଉ ନ ଥିବାବେଳେ ସେବାୟତମାନେ ପରମ୍ପରା ବଜାୟ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି। ସୋମବାର ୪ ନିଯୋଗ ପ୍ରମୁକଙ୍କ ସହ ପ୍ରଶାସନର ଆଲୋଚନାରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନି। ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ନ କରିବାକୁ ପ୍ରଶାସନ କହିବା ସହ କେତେକ ପ୍ରସ୍ତାବ ରଖାଯାଇଥିଲା। ରଥ କୌଣସି ପ୍ରକାର ଗଡ଼ିପାରିବ ନାହିଁ। କେବଳ ନୀତି ସମ୍ପାଦନ କରାଯାଇ ରଥ ଉପରକୁ ଠାକୁରଙ୍କୁ ନିଆଯାଇ ପାରିବ। ହେଲେ ରଥଯାତ୍ରା ପାଇଁ ପୋଲିସ ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ରଥଯାତ୍ରା ବନ୍ଦ ନେଇ ପ୍ରଶାସନ କୌଣସି ଲିଖିତ ନ ଦେବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମଙ୍ଗଳବାର ରଥ ପ୍ରତିଷ୍ଠା। ପରେ ଅନ୍ୟ ସମସ୍ତ ନୀତି ହେବ ବୋଲି ପୂଜାପଣ୍ଡା ନିଯୋଗ ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି, ଯଦି ବିଧାନସଭା ବସି ପାରୁଛି, ତେବେ ଯୁଗ ଯୁଗ ଧରି ଚାଲି ଆସିଥିବା ରୁକୁଣା ରଥ ପରମ୍ପରାକୁ କାହିଁକି ସରକାର ବନ୍ଦ କରିବାକୁ ଚାହୁଁଛନ୍ତି। ଏହାର ଜବାବ ଦିଆଯିବ। ପରବର୍ତ୍ତୀ ସମୟରେ ଦିଅଁଙ୍କ ନୀତିରେ ଅସହଯୋଗ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀଙ୍କୁ ସୋମବାର ଏକ ଦାବିପତ୍ର ଦିଆଯାଇଛି। ଠାକୁରଙ୍କ ପରମ୍ପରା ବଜାୟ ରଖିବାକୁ ବିଧି ମୁତାବକ ରଥଯାତ୍ରା କରିବାକୁ ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.