ବାଙ୍କୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ।
ବାଙ୍କୀ : :ବାଙ୍କୀ ନିଆଗାଁ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍ ଇତି ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତ କାଲି ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଥିବା ଖଜୁରିପଦା ଗ୍ରାମର ଭରତ ପ୍ରଧାନବୟସ(୪୨)ଙ୍କୁ ଗିରଫ କରିଛି। ଭରତ ପ୍ରଧାନକୁ ପୁଲିସ୍ ଗତ ଦୁଇଦିନ ତଳେ ଗିରଫ କରିଥିବାବେଳେ ହତ୍ୟାକାଣ୍ଡର ସମ୍ପୁର୍ଣ୍ଣ ବିବରଣୀ ସମ୍ପର୍କରେ ଜାଣିବାପାଇଁ ତାକୁ ନିଜ ହେପାଜତରେ ରଖି ପଚରାଉଚରା କରିବାପରେ ଆଜି ତାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସାମ୍ବାଦିକ ଓ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍ ଇତି ମଧ୍ୟରେ ୫ ଜଣଙ୍କୁ ଗିରଫ କରିସାରିଲାଣି। ପୂର୍ବରୁ ବଳଭଦ୍ର ପ୍ରଧାନ ଓରଫ ବଳିଆ,ଜୀତୁ ସ୍ୱାଇଁଙ୍କୁ ଗିରଫ କରିଥିବାବେଳେ ୨୦ ତାରିଖରେ ଡେଙ୍ଗା କାଳିଆ ଓରଫ ସୁଶାନ୍ତ ପ୍ରଧାନ ଓ ହିମାଂଶୁ ରାଉତରାଙ୍କୁ ଗିରଫ କରିଥିଲା। ତେବେ ଗତକାଲି ଖଜୁରିପଦା ଗ୍ରାମର ଅନ୍ୟତମ ଅଭିଯୁକ୍ତ ଭରତ ପ୍ରଧାନଙ୍କୁ ଗିରଫ କରିବାପରେ ଏହି ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।ଏଠାରେ ଉଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ଶନିବାର ସାମ୍ବାଦିକ ଆଦିତ୍ୟ ରଣସିଂହ,ମହିଳାସରପଞ୍ଚଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ଆଦିତ୍ୟର ପୁତୁରା ମାନସ ରଞ୍ଜନ ସିଂହ ବାଙ୍କୀରୁ ଏକ ପଲସର ବାଇକ୍ ନମ୍ବର – ଓଡି-୦୫ସି-୦୨୭୫ ଯୋଗେଁ ନିଜ ଗାଁ ଖଜୁରିପଦା ଯାଉଥିବା ଯାଉଥିବା ବେଳେ ଯୋକଲାଞ୍ଜି ନିକଟରେ ଖଜୁରିପଦା ଓ ତତ୍ ସଲଗ୍ନ ଗ୍ରାମର ପ୍ରାୟ ୧୦ ଜଣରୁ ୧୫ ଜଣ ଲୋକ ମେଳି ହୋଇ ଉଭୟଙ୍କୁ ମାରଣାସ୍ତ୍ରରେ ହତ୍ୟାକରିଥିଲେ। ହତ୍ୟାକାରୀମାନେ ଏତେ ନୃସଂଶ ହୋଇଥିଲେ ଯେ, ଉଭୟଙ୍କୁ ମାରଣାସ୍ତ୍ର ରେ ଖଣ୍ଡ ଖଣ୍ଡ କରି ପକାଇଥିଲେ। ଏଭଳି ବର୍ବରୋଚିତ ହତ୍ୟାକାଣ୍ଡ ବାଙ୍କୀ ସମେତ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। କଂଗ୍ରେ ନେତା ଭଗବାନ ସ୍ୱାଇଁଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁସେ ହତ୍ୟାକାରୀଙ୍କ ମଧ୍ୟରୁ କେତେକଙ୍କ ନାମ କହିଦେଇଥିଲେ। ଏହି ଜମାନବନ୍ଦି ହତ୍ୟାକାରୀଙ୍କୁ ଖସି ଯିବାର ବାଟ ସବୁଆଡେ ବନ୍ଦ ହୋଇଯାଇଥିଲା। ରାଜନୈତିକ ବିବାଦରୁ ଉଭୟ ସାମ୍ବାଦିକ ଆଦିତ୍ୟ ରଣସିଂହ ଓ କଂଗ୍ରେସ ନେତା ଭଗବାନ ସ୍ୱାଇଁଙ୍କୁ ହତ୍ୟାକରାଯିବା ଏକ ପ୍ରମୁଖ କାରଣ ବୋଲି ପ୍ରଥମରି ସ୍ପଷ୍ଟ ହୋଇଯାଇଥିଲା। ପଞ୍ଚାୟତରେ ଚାଲିଥିବା ବ୍ୟାପକ ଦୃର୍ନିତୀ ,କୋଟି କୋଟି ଟଙ୍କାର ଠିକା କାମକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦ ଉପୁଜି ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା।