banner
Breaking

୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ। କେଉଁ ସ୍ଥାନରେ ଜାଣନ୍ତୁ

0

ଭୁବନେଶ୍ବର,୨୪/୨(ଓଡ଼ିଆ ନ୍ୟୁଜ) : ସୋମବାର ରାଜ୍ୟର କେତେକ ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ବେଳେ ପାଗ କୋହଲା ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟର କେତେକ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏ ବର୍ଷା ଲାଗିରହିବ। ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ପୁରୀ, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ସମୟରେ ଏହିସବୁ ଜିଲାମାନଙ୍କରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.