banner
Breaking

ଅପ୍ରେଲ ୫ ରୁ ପାରାଦୀପରେ ଆର୍ମି ନିଯୁକ୍ତି ମେଳା

0

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଆସନ୍ତା ଏପ୍ରିଲ ୫ରୁ୧୬ ଯାଏ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ରାଜ୍ୟର ୧୦ ଜିଲା ଯଥା, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ। ଆର୍ମି ପକ୍ଷରୁ ୨୦୧୫ ମସିହା ଅକ୍ଟୋବର ପହିଲାରୁ ଉନ୍ମୁକ୍ତ ନିଯୁକ୍ତି ମେଳା ବ୍ୟବସ୍ଥା ପରିବର୍ତ୍ତିତ ହୋଇ ଅନ୍‌ଲାଇନ୍‌ ପଞ୍ଜିକରଣ ଓ ଆବେଦନପତ୍ର ଦାଖଲ ବ୍ୟବସ୍ଥା ଅନୁସୃତ ହୋଇ ଆସୁଛି। ସେଥିପାଇଁ ଏହି ନିଯୁକ୍ତି ମେଳାରେ ଭାଗନେବାକୁ ହେଲେ ପ୍ରାର୍ଥୀମାନେ http://www.joinindianarmy.nic.in ୱେବ୍‌ସାଇଟ୍‌ରେ ନିଜର ନାମ ପ୍ରଥମେ ପଞ୍ଜିକୃତ କରିବେ।
ଫେବୃଆରୀ ୮ରୁ ମାର୍ଚ୍ଚ ୨୩ ମଧ୍ୟରେ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିବ। ଏହି ଆର୍ମି ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ହେବ। ସମସ୍ତ ପ୍ରକ୍ରିୟା ସ୍ବଂୟସମ୍ପୂର୍ଣ୍ଣ ହେବ। ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ମଧ୍ୟସ୍ଥି ସହାୟତା କରିପାରିବେ ନାହିଁ। ତେଣୁ ଦଲାଲ, ଟାଉଟର ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡିବା ପାଇଁ ନିର୍ଦ୍ଦେଶକ (ନିଯୁକ୍ତି) କର୍ଣ୍ଣେଲ୍‌ ଆଶିଷ୍‌ ମୋହନ ତ୍ରିଖା ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ଆର୍ମିରେ ନିଯୁକ୍ତି ପାଇବା ପାଇଁ ଏହି ବିଶାଳ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ବୋଲି କର୍ଣ୍ଣେଲ୍‌ ତ୍ରିଖା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.