ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ଏକ୍ସପର୍ଟ ଟିମ୍ କରିବ। ସମ୍ପୃକ୍ତ ଠିକାଦାର ଏବଂ ଇଞ୍ଜିନିୟରମାନଙ୍କୁ ପଚରାଉଚରା ଚାଲିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।ଯୋଜନା, କାର୍ଯ୍ୟାନ୍ବୟନ, ସୁରକ୍ଷା ଠିକ୍ ଥିଲା କି ନାହିଁ ସେ ବିଷୟରେ ତଦନ୍ତ ହେବ। ଏକ୍ସପର୍ଟ ଟିମ୍ ରିପୋର୍ଟ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

ପ୍ରକାଶ ଯେ, ବିମାନବନ୍ଦର ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ ତିଆରି ଚାଲିଥିବା ବିଲ୍ଡିଂର ଛାତ ଶୁକ୍ରବାର ରାତିରେ ଭୁଶୁଡ଼ି ପଡ଼ିଥିଲା। ଏହାତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ଠିକା ସଂସ୍ଥାର ହେଲ୍ପର ଭାବେ କାମ କରୁଥିଲେ। ସେହିଭଳି ଗୁରୁତର ଢେଙ୍କାନାଳର ନବକିଶୋର ସ୍ବାଇଁ ଡ୍ରାଇଭର ଭାବେ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲରେ ନବକିଶୋରଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଶ୍ରମିକ ସୁରକ୍ଷାକୁ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଛାତ ଢଳେଇ କାମ ସରିଯାଇଥିବା ବେଳେ ଅଧିକ ଓଜନ ପଡ଼ିବାରୁ ଭୁଶୁଡ଼ି ପଡ଼ିଥିବା ନେଇ କନ୍ଷ୍ଟ୍ରକଶନ ସଂସ୍ଥାର ଏମ୍ଡି ଦିଲୀପ ଖଟୋଇ ସ୍ପଷ୍ଟୀକରଣ ଦେଇଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
