banner
Breaking

ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ । ଦିନକରେ ମିଳିବ ଜମିବାଡ଼ି କାଗଜପତ୍ର।

0

ଭୁବନେଶ୍ବର,୨୪/୧(ଓଡ଼ିଆ ନ୍ୟୁଜ) : “ମୋ ସରକାର” ଅଧିନକୁ ରାଜସ୍ବ ବିଭାଗ ଆସିବାକୁ ଥିବାବେଳେ ଏହା ଫେବୃଆରୀ ୧୦ରୁ କାର୍ଯ୍ୟକାରୀ କରିବ। ଯାହାଫଳରେ ଏପ୍ରିଲ ୧ରୁ ମାତ୍ର ଏକ ଘଣ୍ଟା ସମୟ ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିପାରିବ। ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁ ଦିନ ଆବେଦନ କରିବେ ସେହିଦିନ ମିଳିବ।ଏନେଇ ଶୁକ୍ରବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଯେଉଁ ତହସିଲଦାରଙ୍କ ନିକଟରେ ବକେୟା କାମ ରହିଛି ସେମାନେ ତାହାକୁ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ବକେୟା କାମ ଶେଷ ହୋଇପାରିନାହିଁ ସେମାନଙ୍କର ଛୁଟି ବାତିଲ କରାଯିବ। ଛୁଟି ଭିତରେ ସେମାନେ କାମ ଶେଷ କରିବା ପାଇଁ ରାଜସ୍ବ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.