banner
Breaking

ମୁଖ୍ୟ ଶାସନ ସଚିବଙ୍କ ଜାତିଭିତ୍ତିକ ଜନଗଣନା ପାଇଁ ଚିଠି।

0

ଭୁବନେଶ୍ୱର,: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ପ୍ରସଙ୍ଗରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନାରେ ଏସଇବିସିଙ୍କୁ ସାମିଲ ନେଇ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଥିଲା । ତେଣୁ ଜନଗଣନାରେ ଜାତିଭିତ୍ତିକ ଏକ ଫର୍ମାଟ ରଖାଯାଉ ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି ।

ଗତ ୧୧ଜାନୁଆରୀରେ କ୍ୟାବିନେଟରେ ଏସଇବିସିଙ୍କ ଜନଗଣନା ନେଇ ସଙ୍କଳ୍ପ ପାରିତ ହୋଇଥିଲା । ସାଧାରଣ ଜନଗଣନା ସହ ଏସଇବିସିଙ୍କ ଜନଗଣନା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଜନଗଣନା ବେଳେ ଏଥିପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ ଯୋଡ଼ା ହେବ । ଆର୍ଥିକ, ଶିକ୍ଷାଗତ ଓ ଜାତିଗତ ପଛୁଆ ବର୍ଗ ଆଧାରରେ ଏହି ଗଣନା ହେବ । ଏଭଳି ଜନଗଣନା କରିବାକୁ କେନ୍ଦ୍ର ପାଖରେ ରାଜ୍ୟ ଦାବି ରଖିବ ବୋଲି କ୍ୟାବିନେଟରେ ଆଲୋଚନା ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.