banner
Breaking

ସ୍କୁଲ ପିଲାଙ୍କୁ ନେଉଥିବା ଅଟୋ ଓଲଟି ଜଣେ ମୃତ ତିନିଜଣ ଆହତ।

0

ପଟ୍ଟାମୁଣ୍ଡାଇ,୭।୧୨(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗରା ଗାଁର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୁଭମ୍‌ ସ୍ବାଇଁ(୭)। ଆହତମାନଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଅଟୋକୁ ଜାଳିଦେଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଔପଦା ସରସ୍ବତୀ ଶିଶୁ ମନ୍ଦିର ଅଟୋ ପ୍ରାୟ ୧୫ଜଣ ପିଲାଙ୍କୁ ନେଇ ଯାଉଥିଲା। ହେଲେ ଓଭରଲୋଡିଂ ପାଇଁ ଗରା ଗାଁ ନିକଟରେ ଏହା ଓଲଟିପଡ଼ିବା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.