ନୂଆଦିଲ୍ଲୀ,୪।୧୨(ବ୍ୟୁରୋ): ଆଇଏନ୍ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ସନ୍ଧ୍ୟାରେ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ନେବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି। ଅନ୍ୟପଟେ ସ୍ବାଗତ କରିବା ପାଇଁ ତାଙ୍କ ସମର୍ଥକ ମଧ୍ୟ ଜେଲ ବାହାରେ ଭିଡ ଜମାଇଛନ୍ତି। ଭିଡକୁ ଦୃଷ୍ଟିରେ ରଖି ଜେଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଚିଦାମ୍ବରମ୍ ଜେଲରୁ ମୁକୁଳିବେ ବୋଲି କୁହାଯାଉଛି। ୧୦୬ ଦିନ ପରେ ସେ ଘରକୁ ଫେରୁଥିବାରୁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗୁରୁବାର ସଂସଦ କାର୍ଯ୍ୟରେ ଚିଦାମ୍ବରମ୍ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
