banner
Breaking

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼। ଏକାକୀ ସରକାର ଗଢିବାକୁ ମନାକଲା ବିଜେପି

0

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ ଦେଖାଯିବାରୁ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ବାସଭବନରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ସରକାର ଗଢ଼ିବା ନିଷ୍ପତ୍ତି ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଏହାସହ ପାଟିଲ କହିଛନ୍ତି, ଶିବସେନା ଲୋକମତର ଅପମାନ କରିଛି। ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଆଧାରରେ ଭାଜପାକୁ ଅଧିକ ଆସନ ମିଳିଥିବାରୁ ପ୍ରଥମେ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭାଜପାକୁ ଆମନ୍ତ୍ରଣ କରିଥିଲେ। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ଭାଜପା ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଫଡନବୀଶ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ଭାଜପା ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.