ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ରେ ମାତ୍ର ଏକ ଲକ୍ଷ ୨୭ ହଜାରଙ୍କୁ ଘର ମିଳିଛି । ତେଣୁ ଅବଶିଷ୍ଟ ଗୃହ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିବା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଲୋକସେବା ଭବନରେ ବୁଧବାର ଆୟୋଜିତ ସମୀକ୍ଷା ବୈଠକରୁ ଜଣାପଡିଛି ଯେ, ଜାଗା ମିଶନରେ ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳର ୫୧,୦୦୦ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ସେହିପରି ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୨୫,୦୦୦ ଲୋକଙ୍କୁ ପଟ୍ଟା ମିଳିବ । ତେବେ ଏହି ଯୋଜନା ମହାନଗର ନିଗମ ଗୁଡିକରେ କାର୍ଯ୍ୟକାରୀ ହେଉ ନ ଥିବାରୁ ୫ଟି ସହରରେ ବସବାସ କରୁଥିବା ଲୋକେ କିଭଳି ଘର ପାଇବେ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଏହି ମହାନଗର ନିଗମ ଗୁଡିକରେ ପ୍ରାୟ ୩ ଲକ୍ଷ ୯୦ ହଜାର ଘର ଆବଶ୍ୟକ ରହିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗୃହନିର୍ମାଣ ବୋର୍ଡ, ବିଡିଏ ଓ ସିଡିଏ ଭଳି ସଂସ୍ଥାଙ୍କୁ ଦାୟିତ୍ୱ ଦେବାପାଇଁ ସ୍ଥିର ହୋଇଛି । ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଥିବାବେଳେ ଗୃହ ନିର୍ମାଣ କାର୍ଯ୍ୟ କିଭଳି ହେବ ସେଥିପାଇଁ ୨୦୨୦ ମାର୍ଚ୍ଚ ସୁଦ୍ଧା ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି ।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
