ଭୁବନେଶ୍ୱର,୩।୧୦(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗ ସୁଶୀଲ କୁମାର ଲୋହାନୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମ୍ଫେଡ୍ ସିଜିଏମ୍, ପି ଅନ୍ବେଷ କୁମାର ରେଡ୍ଠୀଙ୍କୁ ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପାଟିଲ ଆଶୀଷ ଈଶ୍ୱରଙ୍କୁ ଗ୍ରୀଡ୍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , ଟିଏସ୍ ଦିବାକରଙ୍କୁ ଓକାକ ଓଏସ୍ଡି ଓ ହେମକାନ୍ତ ସାଏଙ୍କୁ ଓଡ଼ିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।




