banner
Breaking

ଚନ୍ଦ୍ରଯାନ-୨ କୁ ଅପୂର୍ବ ସଫଳତା। ଆସିଲା ବଡ ଖବର। ୨୦୨୦ ରେ ଆଉଏକ ଅଭିଯାନ।

0

ନୂଆଦିଲ୍ଲୀ,୨୬/୯(ଓଡ଼ିଆ ନ୍ୟୁଜ): ୨୦୨୦ ବେଳକୁ ଚନ୍ଦ୍ର ପାଇଁ ଆଉଏକ ମିଶନ ଆରମ୍ଭ କରାଯିବ। ଚନ୍ଦ୍ରଯାନ ମିଶନ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ କରିଛି। ଅର୍ବିଟର ସମ୍ପୂର୍ଣ୍ଣ ସଫଳତାର ସହ କାମ କରୁଛି ବୋଲି ଶିବନ କହିଛନ୍ତି ।ଅର୍ବିଟର ଏକ ବର୍ଷ ପାଇଁ କାମ କରିବ ବୋଲି ଯୋଜନା ଥିଲା । ମାତ୍ର ଏବେ ଏହା ସାଢେ ସାତ ବର୍ଷ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।
ଅର୍ବିଟରରେ ୮ଟି ଅତ୍ୟାଧୁନିକ ଯନ୍ତ୍ରାଶଂ ଲାଗିଛି ।ଏହା ଠିକ୍‌ ଭାବରେ କାମ କରୁଛି ବୋଲି ସେ କହିଛନ୍ତି।
ଇସ୍ରୋର ମହତ୍ବକାକ୍ଷୀଂ ଲୁନାର ମିଶନ୍ ସ୍ପେସକ୍ରାଫ୍ଟ ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ବିକ୍ରମଠାରୁ ଯଦିଓ ଯୋଗାଯୋଗ ସ୍ଥାପନ ହୋଇପାରିନାହିଁ କିନ୍ତୁ ଚନ୍ଦ୍ରଯାନ-୨କୁ ନେଇ ଆସଛି ବଡ୍‌ ଅପଡେଟ୍‌। ତାହା ହେଲା ଅର୍ବିଟର ଏବେ ବି  ଭଲ ଭାବରେ କାମ କରୁଛି। କେବଳ ସେତିକି ନୁହେଁ ଚନ୍ଦ୍ରର କକ୍ଷପଥରେ ଚକ୍କର କାଟିବା ସହ ହାଇ ରିଜ୍ୟୁଲେସନ୍ ଫଟୋ ପଠାଉଛି। ଏହାର ସମସ୍ତ ପେ ଲୋଡ ଠିକ୍‌ ଭାବରେ କାମ କରିବା ଆରମ୍ଭ କରିଦେଇଛି ବୋଲି ଇସ୍ରୋ ମୁଖ୍ୟ ଶିବନ ଆଜି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.