ନିଟ୍ ଲାଭରେ ରେକର୍ଡ କଲା ନାଲକୋ।

ଭୁବନେଶ୍ୱର,୧୯-୯: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ) ନିଟ୍‌ ଲାଭରେ ରେଡର୍କ ହାସଲ କରିଛି। କମ୍ପାନୀ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦଶନ୍ଧିରେ ସର୍ବାଧିକ ୧୭୩୨ କୋଟି ଟଙ୍କା ନିଟ୍‌ ଲାଭ କରିଥିବା ଏହାର ୩୮ ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ସୂଚନା ଦେଇଛି। ସେହିଭଳି ଗତ ଆର୍ଥତ୍କ ବର୍ଷରେ କମ୍ପାନୀ ରେକର୍ଡ ମୂଲ୍ୟର ୧୧୫% ଡିଭିଡେଣ୍ଡ ବା ୧୦୭୨.୭୩ କୋଟି ଟଙ୍କା ସମ୍ପର୍କରେ ଘୋଷଣା କରିଛି। ଏହା ୨୦୧୭-୧୮ ଆର୍ଥତ୍କ ବର୍ଷରେ ୧୧୪% ରହିଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଅଂଶୀଦାରଙ୍କ ବୈଠକରେ ଏହି ଡିଭିଡେଣ୍ଡ ପେଆଉଟ ପ୍ରସ୍ତାବକୁ ଗୃହୀତ କରାଯାଇଛି। ନାଲ୍‌କୋ ଏହାର ସ୍ଥାପନାଠାରୁ ବର୍ତ୍ତମାନ ଯାଏ ଟିକସ, ରୟାଲଟି ଏବଂ ଲାଭାଂଶ ଭାବେ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରିଛି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ୨୫,୯୧୭ କୋଟି ଏବଂ ରାଜ୍ୟ ସରକାରଙ୍କୁ ୬,୯୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଐକବଦ୍ଧ ଭାବେ କାର୍ଯ୍ୟ, ମିତବ୍ୟୟିତା ଉପରେ ଲକ୍ଷ୍ୟ ଏବଂ ବିଧିବଦ୍ଧ ଯୋଜନାକୁ ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଶ୍ରେୟ ଦେଇଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷକୁ କମ୍ପାନୀ ଲାଗି ଏକ ସ୍ମରଣୀୟ ବର୍ଷ ଭାବେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଉତ୍ପାଦନ, ଉତ୍ପାଦକତା, ଆର୍ଥତ୍କ ଲାଭ ଏବଂ ମାନବ ସମ୍ବଳ ନିୟୋଜନ ପ୍ରତିଟି କ୍ଷେତ୍ରରେ ନାଲ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିଭଳି କମ୍ପାନୀ ଏଯାବତ ବିକ୍ରିଲବ୍ଧ ଏବଂ ରପ୍ତାନିଲବ୍ଧ ଆୟ, ୯୧୯ କୋଟି ଟଙ୍କାର କ୍ୟାପେକ୍ସ ହାସଲ, ସର୍ବାଧିକ ବକ୍ସାଇଟ ପରିବହନ, କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ଉତ୍ତର ଏବଂ ସେଣ୍ଟ୍ରାଲ ବ୍ଲକର ୧୦୦% କ୍ଷମତାର ଉପଯୋଗ, ସର୍ବାଧିକ ଆଲୁମିନା ହାଇଡ୍ରେଟ ଉତ୍ପାଦନ, ୪.୪୦ ଲକ୍ଷ ଟନ୍‌ ଆଲୁମିନିୟମ ଧାତୁ ଉତ୍ପାଦନ ଭଳି ଅନ୍ୟାନ୍ୟ ରେକର୍ଡ ହାସଲ କରିଥିବା କହିଛି।