banner
Breaking

ଲାଗୁହେଲା ନୂଆ ଫାଇନ୍। ନିୟମ ଉଲ୍ଲଂଘନ କଲେ ଜେଲ ହୋଇପାରେ।

0

ଭୁୁବନେଶ୍ୱର, (ଓଡ଼ିଆ ନ୍ୟୁଜ):  ସାରା ରାଜ୍ୟରେ ରବିବାର ଠାରୁ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଭୁବନେଶ୍ବର ର ସବୁ ସ୍ଥାନରେ ଚାଲିଛି କଡା ଚେକି° , ଚାରିଆଡେ ମାଳମାଳ ଟ୍ରାଫିକ କର୍ମଚାରୀ,ଏଣକିି ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ଗୁଣା ଜୋରିମାନା ଦେବାକୁ ପଡ଼ିବ । ଏଥିସହିତ ଗିରଫ ଜେଲଦଣ୍ଡ ମିଳିବାର ସମ୍ଭାବନା ମଧ୍ୟ ରହିଛି । ଏଜି ଛକରେ ସଚେତନତା କରାଯାଉଛି।କେନ୍ଦ୍ର ସରକାର ମୋଟର ଯାନ ଆଇନରେ ୧୯୮୮ର ସଂଶୋଧନ କରିଛନ୍ତି, ଯାହା ରବିବାର ଠାରୁ ଆମ ରାଜ୍ୟରେ ଲାଗୁ କରାଯାଇଛି ।ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜରିମାନା ପରିମାଣ ବୃଦ୍ଧି କରିଛନ୍ତି।
ନୂଆ ନିୟମ ଅନୁସାରେ, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ ହଜାର ,ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ହଜାର ଟଙ୍କା , ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିଲେ ୧ ହଜାରେ ଏବଂ ଦୁଇ ଚକିଆ ଯାନରେ ୩ ଜଣ ବସିଲେ ୨ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ।  ଆବଶ୍ୟକସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।  ଯଦି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ସାଇଡ୍ ନଦେବେ ତେବେ ଅତିକମରେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ସେହିପରି  ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ, ତୃତୀୟ ଥର ଧରାପଡିଲେ ୫ ଶହ ଏବଂ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ । ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ । ଏଥିସହିତ ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ସେହିପରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଇନରେ କେତେକ ସଂଶୋଧନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.