banner
Breaking

ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ନବୀନଙ୍କୁ ଚିଠି

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶାର ୧୨ ବିଜେପି ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଲେଖିଥିବା ଚିଠିରେ ସାଂସଦମାନେ ଦର୍ଶାଇଛନ୍ତି ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠାରୁ ବୃହତ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିଛନ୍ତି । ଏଥିରେ ଗରୀବ ଲୋକଙ୍କୁ ସେବା ଯୋଗାଇବା ପାଇଁ ସୁଯୋଗ ରହିଛି । ଦେଶର ୫୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ଭିତରେ ଓଡ଼ିଶାର ୬୦ ଲକ୍ଷ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରହିଛି । ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ ଏହି ଯୋଜନା କରାଯାଇଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ଏଥିରେ କାର୍ଯ୍ୟ କରିବାର ରହିଛି । ଏହି ଯୋଜନାରେ ପ୍ରତି ପରିବାରକୁ ସ୍ୱାସ୍ଥ୍ୟ ସେବା ପାଇଁ ୫ ଲକ୍ଷ ଟଙ୍କା ଲକ୍ଷ୍ୟ ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ରହିଛି । ଏଥିରେ ବାଳିକା, ମହିଳା ଓ ବୟସ୍କ ନାଗରିକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ସବୁ ପ୍ରକାର ରୋଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ବିନା ଅର୍ଥରେ ଓ କାଗଜପତ୍ରରେ ରେଜିଷ୍ଟ୍ରେସନର ବ୍ୟବସ୍ଥା ରହିଛି । ଲୋକଙ୍କ ଜୀବନଧାରଣର ମାନ ମଧ୍ୟ ଏଥିରେ ବୃଦ୍ଧି ହୋଇପାରିବ । ଏଥିରେ ସମଗ୍ର ଦେଶରେ ଚିକିତ୍ସା ସୁବିଧାର ବ୍ୟବସ୍ଥା ଥିବାରୁ ଓଡ଼ିଶାର ଯେଉଁମାନେ ବାହାର ରାଜ୍ୟକୁ ଯାଇ କାମ କରୁଛନ୍ତି ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଦେଶର ଯେକୌଣସି ଜାଗାରେ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇ ପାରିବେ । ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରି କରିବାର ଆବଶ୍ୟକତା ରହିଛି । ଏହି ଯୋଜନା ଓଡ଼ିଶାରେ ଲାଗୁ ହେଲେ ରାଜ୍ୟ ସରକାରଙ୍କୁ ବିଶେଷ କିଛି ଆର୍ଥିକ ବୋଝର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏଣୁ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଦୃଷ୍ଟିରୁ କେନ୍ଦ୍ରର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଲାଗୁ କରିବା ନେଇ ସେମାନେ ଅନୁରୋଧ କରିଛନ୍ତି । ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ସୁରୋଶ ପୁଜାରୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ କୁମାର ପଣ୍ଡା, ରୀତିଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ, ଜୁଏଲ ଓରାମ, ବିଶ୍ୱେଷର ଟୁଡୁ ଏବଂ ମନୋନୀତ ସାଂସଦ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.