banner
Breaking

କେନ୍ଦ୍ରାପଡା ଜିଲ୍ଲାରେ ଗାଁ କୁ ଲାଇନ୍ ଯାଇନି। ଏ ହେଉଛି ୨୦ ବର୍ଷ ବିକାଶର ଚିତ୍ର

0

ଭୁବନେଶ୍ବର,୨୬/୭(ଓଡ଼ିଆ ନ୍ୟୁଜ) ସରକାରଙ୍କ ୨୦ ବର୍ଷ ବିକାଶର ଚିତ୍ର ଆଜି ପଦାରେ ପଡିଛି। ବିଧାନସଭାରୁ ମାତ୍ର୧୨୦ କି,ମି ରାସ୍ତା କେନ୍ଦ୍ରାପଡା ଜିଲ୍ଲା ରାଜନଗରର କିଛି ଗାଁ ଏବେବି ଅନ୍ଧାରରେ। ଆଜି ବିଧାନସଭାରେ ଶକ୍ତି ବିଭାଗର ଆଲୋଚନା ଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ

ରାଜନଗର ନିର୍ବାଚନ ମଣ୍ଡଳୀର ଇଲେକ୍ଟ୍ରି ସମସ୍ୟା ଉପରେ ପ୍ରଶ୍ନ ଉଠାଇ ଥିଲେ। ରାଜନଗର ବ୍ଲକର ରଙ୍ଗଣୀ, ତାଳଚୁଆ, ବେରୁଆପାଳ ପଞ୍ଚାୟତର ଗୁମୁରା, ପଟାପାରିଆ, ଗୋପାଳଜୀୟୁ ପାଟଣା ଓ ପ୍ରଭାତୀ ଗାଁ କୁ ବର୍ତ୍ତମାନ ସୁଧା ବିଦ୍ୟୁତ ସ°ଯୋଗ ହୋଇନାହିଁ। ଲୋକମାନେ ଅନ୍ଧାରରେ ଦିନ କାଟୁଛନ୍ତି। ଖାଲି ସେତିକି ନୁହେଁ ଶକ୍ତି ବିଭାଗ ମନଇଚ୍ଛା କାମ ଚଳାଇଛନ୍ତି। ଖରାଡିଆ ଗ୍ରୀଡ ଚାଲୁ ନାହିଁ ବନ୍ଦ ହୋଇ ପଡିରହିଛି। ନଅଟି ପଞ୍ଚାୟତର ଅବସ୍ଥା ସୋଚନିୟ କରେଣ୍ଟ ଥାଇ ବି ମିଞ୍ଜି ମିଞ୍ଜି ବଲବ ଜଳୁଛି। କେଉଁଠି ତାର ଓହଳି ଜୀବନ ଗଲାଣି ତ କେଉଁଠି ଘର ପୋଡି ଯାଉଛି। ସର୍ବମୋଟ କହିବାକୁ ଗଲେ ରାଜନଗର ବ୍ଲକର ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶକ୍ତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.