ଭୁବନେଶ୍ବର: (ଓଡ଼ିଆ ନ୍ୟୁଜ୍) ଆଉ ତିନିଦିନ ପରେ ହେବ ପାଟକୁରା ନିର୍ବାଚନ । ପ୍ରଚାର ମଇଦାନରେ ସବୁ ଦଳର ନେତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି । ତଥାପି ଭୋଟରଙ୍କ ଚିନ୍ତାଧାରା ଉପରେ ନିର୍ଭର କରୁଛି ବିଜୟ ମୁକୁଟ । ଏକ ଅନୁସନ୍ଧାନରୁ ଯାହା ଜଣାପଡିଛି ଉଭୟଙ୍କ ମଧ୍ୟରେ ହେବ ଘମାଘୋଟ ଲଢେ଼ଇ।ହାରଜିତର ବ୍ୟବଧାନ ବହୁତ କମ୍ ରହିବ। ଗୋଟିଏ ପଟେ ଅର୍ଥବଳ,ବାହୁବଳ,ପ୍ରଶାସନ କଳ ଅନ୍ୟ ପଟେ ସ୍ନେହ, ଭାଇଚାରା,ସ୍ବାଭିମାନର ବଳ। ଦେଖିବାକୁ ବାକି ରହିଲା କାହାର ହେବ ଜିତାପଟ। କିନ୍ତୁ ସାଧାରଣ ଜନତା ଜାଣିବା କଥା ଅନ୍ଧାର ଘରଭିତରେ ଆମର ଭୋଟ ଖଣ୍ଡିକ କାହା ସପକ୍ଷରେ ଯିବା ଉଚିତ।




