ଭୁବନେଶ୍ୱର : (ଓଡ଼ିଆ ନ୍ୟୁଜ୍) ବାଲିପାଟଣା ସ୍ଥିତ ବୁଦ୍ଧକେଶ୍ୱର ମନ୍ଦିର ସଂଲଗ୍ନ ୨୨ ଏକର ପରିମିତ ପଡିଆରେ ସଜାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ ଆଦିତ୍ୟଙ୍କ ସମେତ ଅନୁଷ୍ଠାନର ଶତଧିକ କର୍ମୀ ଏଥିରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏଠାରେ ୫ ହଜାର ବୃକ୍ଷରୋପଣ କରାଯିବ ବୋଲି କହିଥିଲେ ପ୍ରଶାନ୍ତ । ବନ ବିଭାଗ ପକ୍ଷରୁ ଯଦୁମଣି ଦାସ ୧୫ ଜଣ ବିଭାଗୀୟ କର୍ମଚାରୀଙ୍କ ସହ ଏଥିରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ୨ଏକର ଅଧିକ ଜମିରେ ଆମ୍ବ, ପଣସ ଓ ନଡିଆ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିବ । ଆଜି ଅଁଳା, ବାହାଡା, ହରିଡା, ବେଲ, ନିମ୍ବ ଓ ବଉଳ ବୃକ୍ଷ ରୋପଣ କରାଯାଇଥିଲା । ଲଗାଯାଇଥିବା ବୃକ୍ଷର ରକ୍ଷଣାବେକ୍ଷଣ ଲାଗି ସଜାଗ ପକ୍ଷରୁ ବେଣୁ ବୋଇଙ୍କୁ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବକ, ମହିଳା ଯୋଗଦେଇ ସାଂସଦ ଶ୍ରୀମତି ଷଡଙ୍ଗୀଙ୍କୁ ସହଯୋଗ କରିଥିଲେ ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
