ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ୧୪ ହଜାର ଟଙ୍କା, ଗୋଟିଏ ଦେଶି ବନ୍ଧୁକ, ୨ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଫୋନ ଓ ଏକ ମୋଟରସାଇକେଲ ପୋଲିସ ଜବତ କରିଛି। ପ୍ରକାଶ ଯେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ପୁସ୍ତପୁର ଗ୍ରାମ ନିକଟରେ ଚଢାଉ କରିଥିଲେ। ଏହା ଜାଣିପାରି ଦିଲୀପ କାଜୁ ଜଙ୍ଗଲ ମଧ୍ୟକୁ ପଳାଇ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳିମାଡରେ ଦିଲୀପ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି। ଦିଲୀପଙ୍କ ନାମରେ ଖୋର୍ଦ୍ଧା, ନୟାଗଡ଼, ଓ ଗଞ୍ଜାମ ଜିଲାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି। ଦିଲୀପଙ୍କ ଘର ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାରଣଦେଇପୁର ଅଞ୍ଚଳରେ।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
