ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।
ଏଥିସହ ୨୧ରେ ଉଦ୍ଘାଟନ ହେଲେ ମଧ୍ୟ କେବେ ଠାରୁ ସେଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟସୂଚନା ମିଳିନାହିଁ। ଝାରସୁଗୁଡା ବିମାନବନ୍ଦର 4-G କାଟାଗୋରୀ ଲାଇସେନ୍ସ ପାଇଥିବା ବେଳେ ଏଠାରୁ ୩୨୦ ଏୟାରବସ୍ ଭଳି ବିମାନ ସେବା ଉପଲବ୍ଧ ହେବ। ଦେଶର ବିଭିନ୍ନ ସହରକୁ ଏଠାରୁ ସିଧାସଳଖ ବିମାନସେବା ସଂଯୋଗ ରହିବ ବୋଲି ସୂଚନା ମିଳିଛି।




