ଭୁବନେଶ୍ୱର : ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର । ଛାତ୍ରଛାତ୍ରୀମାନେ ଯେତେ ପଢିବେ ସେତେ ଜ୍ଞାନ ଆହରଣ କରି ପାରିବେ । ଶ୍ରେଣୀ ଭିିତ୍ତିକ ଶିକ୍ଷାରେ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ପୁସ୍ତକ ଅଧ୍ୟୟନ କରାଯାଇଥାଏ । ତେଣୁ ଜ୍ଞାନ ଆହରଣର ପରିସୀମା ସୀମାବଦ୍ଧ ହୋଇ ରହିଯାଏ । ଏହା ବ୍ୟତିତ ଆମ୍ଭାମାନେ ଯେତେ ମାତ୍ରାରେ ବାହ୍ୟ ପୁସ୍ତକ ପଢିବା ଜ୍ଞାନର ପରିସୀମା ସେତେ ଅଭିବୃଦ୍ଧି ଘଟିବ । ପୁସ୍ତକକୁ ଭଲ ସାଥୀ କରି ପାରିଲେ ଜ୍ଞାନର ବିକାଶ ଘଟିବ । ପୁସ୍ତକ ସହିତ ଯୋଡି ହୋଇ ନରହିଲେ ଜ୍ଞାନର ବିକାଶ ଅସମ୍ଭବ ବୋଲି ଆଜି ପଟିଆ ସ୍ଥିତ ବିଆଇଆଇଟିଏମ୍ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ୫ମ ବାର୍ଷିକ ପୁସ୍ତକ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ଡ. ମିହିର ରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗ୍ରନ୍ଥାଗାରିକ ବୀର କିଶୋର ସେଠୀଙ୍କ ତତ୍ୱାବଧାନରେ ବିଆଇଆଇଟିଏମ୍ ପରିସରରେ ଅନୁଷ୍ଠିତ ପୁସ୍ତକ ପ୍ରଦର୍ଶନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଗ୍ରୁପ୍ ନିର୍ଦ୍ଦେଶିକା ଡ. ନନ୍ଦିତା ମିଶ୍ର ଯୋଗଦେଇ କହିଥିଲେ ପୁସ୍ତକର କିଛି ବିକଳ୍ପ ନାହିଁ । ର୍ବମାନର ଦୃତ ପ୍ରଗତି ଡିଜିଟାଲ ଯୁଗରେ ବିଦ୍ୟାର୍ଥୀମାନେ ଡିଜିଟାଲ ଅଧ୍ୟୟନରେ ଲିପ୍ତ ରହୁଛନ୍ତି । ଏହି କ୍ଷଣସ୍ଥାୟୀ ପ୍ରକ୍ରିୟାରେ କିଛି ଛାତ୍ରଛାତ୍ରୀ ସଫଳ ହେଉଥିଲେ ମଧ୍ୟ ପରେ ପାଠ ଭୁଲି ଯିବାର ଦେଖା ଯାଉଛି । ତେଣୁ ଡିଜିଟାଲ ପୁସ୍ତକ ଅପେକ୍ଷା ମୁଦ୍ରିତ ପୁସ୍ତକକୁ ଆପଣାର କରିବା ସହିତ ଅଧ୍ୟୟନ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିଯୁକ୍ତି ବିଭାଗର ମୁଖ୍ୟ କେ. ଚନ୍ଦ୍ରଶେଖର ଓ ଅଭିଷେକ ଶର୍ମା, ସିମ୍ପନ୍ ମୁଖାର୍ଜୀ, ଜିତେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକ ପ୍ରଦର୍ଶନୀରେ ହଜାର ହଜାର ସଂଖ୍ୟରେ ପୁସ୍ତକ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦାନ କରି ପୁସ୍ତକ ଅଧ୍ୟୟନ କରିଥିଲେ ।




