ଭୁବନେଶ୍ୱର,୫ା୯ ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚେୟାରମ୍ୟାନ ପବିତ୍ର ରାଉତରାୟ ଯୋଗଦେଇ କହିଥିଲେ ଶିକ୍ଷକମାନେ ହେଉଛନ୍ତି ଦେଶ ଓ ଜାତି ଗଠନର ମୂଳ ବିନ୍ଧାଣୀ । ପିଲାମାନେ ପାଠ ପଢିବା ସହିତ କିପରି ସଂସ୍କାରୀ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶିକ୍ଷାବିତ ଜଲିଲ ଖାଁ, ବିଦ୍ୟାଳୟର ଅଧ୍ୟକ୍ଷା ନମ୍ରତା ସିଂ ଓ ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ଛାତ୍ରଙ୍କୁ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏବଂ ଗୁରୁ ଦିବସର ମହତ୍ୱ ସମ୍ବନ୍ଧରେ ପିଲାମାନଙ୍କୁ କହିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁଷମା ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।




