ରାତି ଅଧିଆ ଦୋକାନକୁ ଭାଙ୍ଗିଲା ବିଏମସି ସ୍କ୍ୱାର୍ଡ

ଚନ୍ଦ୍ରଶେଖରପୁର,୪/୯(ଆପ୍ର) ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନ୍ ପକ୍ଷରୁ ରାସ୍ତା କଡରେ ରାତାରାତି ଗଢ଼ି ଉଠିଥିବା ଦୋକାନ ଗୁଡ଼ିକୁ ଭଙ୍ଗା ଯାଇଛି। ୬ ନଂ ଓ୍ବାର୍ଡ ଅନ୍ତର୍ଗତ ଇନଫୋସିଟି ରାସ୍ତାର ଟ୍ରାଇଡେଣ୍ଟ କଲେଜ ନିକଟରେ ଗତକାଲି ରାତିରେ କେହି ଜଣେ ଏକ ଲୁହା କ୍ୟାବିନ୍ ପକାଇ ଥିଲେ। ରାସ୍ତାକୁ ଲାଗି କ୍ୟାବିନଟି ପଡି ଥିବାରୁ ସ୍ଥାନୀୟ ବାସିନ୍ଦା ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେବାର ଜାଣି ବିଏମସିକୁ ଜଣାଇଥିଲେ। ସେହିପରି ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ବାଉଁଶରେ ଏକ ଦୋକାନ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ପରେ ବିଏମସି ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ୨ ଟି ନୂତନ ଦୋକାନକୁ ଭାଙ୍ଗି ଥିଲା।