ଭୁବନେଶ୍ଵର, ଶୈଳଶ୍ରୀବିହାର ଫେଜ୍ ୭ ଆବାସିକ ସଂଘର ବାର୍ଷିକ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଶୈଳଶ୍ରୀବିହାର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସଞ୍ଜୀବ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ସମ୍ପାଦକ ଗୋପାଳକୃଷ୍ଣ ପଟ୍ଟନାୟକ ସଭା ପରିଚାଳନା କରିବା ସହ କହିଥିଲେ ଶୈଳଶ୍ରୀବିହାର ଫେଜ୍ ୭ ଆବାସିକ ବାସିନ୍ଦା ମାନଙ୍କ ମଧ୍ୟରେ ଉତ୍ତମ ଭାଇଚାରା ଓ ସୁସମ୍ପର୍କ ରହିଛି । ଯାହା ଫଳରେ ସମସ୍ତ ପର୍ବ ପର୍ବାଣୀ ପାଳନ ଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର କାର୍ଯ୍ୟ ପର୍ଯ୍ୟନ୍ତ ସୁଚାରୁରୂପେ ସମ୍ପାଦନ ହୋଇ ପାରୁଛି। ଏହି ସଭାରେ ସଂଘର ସମସ୍ତ କର୍ମକର୍ତ୍ତା, କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ସମେତ ସଭ୍ୟମାନେ ଯୋଗଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ତଥା ନିର୍ବାଚନ ଅଧିକାରୀ ହେମନ୍ତ କୁମାର ମହାପାତ୍ରଙ୍କ ପରିଚାଳନାରେ ଆଗାମୀ ୩ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ନିର୍ଦ୍ବନ୍ଦରେ ସଭାପତି ରୁପେ ଆଶିଷ କୁମାର ମଲ୍ଲିକ, ଉପସଭାପତି ରମେନ୍ଦ୍ର କୁମାର ମହାକୁଡ, ସମ୍ପାଦକ ଗୋପାଳକୃଷ୍ଣ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଗଣେଶ୍ଵର ରଥ ଓ ଅମିତ କିରଣ ହୋତା କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ଦାଶ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକରୀ ସଦସ୍ୟ ଭାବେ ୧୦ ଜଣ ନିର୍ବାଚିତ ହୋଇଥିଲେ ।




