ମାଲାବାର ପକ୍ଷରୁ ନୁଓ୍ବା ଡାଏମଣ୍ଡ ସମ୍ଭାର

ଭୁବନେଶ୍ଵର : ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡସ ପକ୍ଷରୁ ପ୍ରାକୃତିକ ହୀରା ଜୁଏଲେରୀ ସମ୍ଭାର ‘ନୁଓ୍ବା’ ର ବଜାର ପ୍ରବେଶ କରଯାଇଛି। ଏଥିରେ ପ୍ରକୃତିର ବିଭିନ୍ନ ସ୍ବତନ୍ତ୍ର ଦିଗ ଗୁଡିକୁ ଧ୍ୟାନରେ ରଖାଯାଇଛି । ପ୍ରକୃତି ଏବଂ ଅତ୍ୟଧୁନିକ ଲଜକ୍ୟୁରୀର ସମ୍ମିଶ୍ରଣ ଏଥିରେ ଦେଖିବାକୁ ମିଳିବ । ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ୍ ତାଏମଣ୍ଡ ସୋରୁମରେ ଅଭିନେତ୍ରୀ ଜସ୍ତିନ ରଥ ଏହି ନୂଆ ସମ୍ଭାରକୁ ବଜାର ପ୍ରବେଶ କରାଇଥିଲେ । ଏହି ଅବସରରେ ମାଲାବାରର ଟିମ୍ ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ୧୮ କ୍ୟାରେଟ ଏବଂ ୧୪ କ୍ୟାରେଟ ସୁନାରେ ଏହି ହୀରା ସମ୍ଭାରକୁ ପ୍ରସ୍ତୁତ କରାଯାଇଛି। ଏଥିରେ ବିଶ୍ୱ ସ୍ତରୀୟ ପ୍ରାଚୁର୍ଯ୍ୟତାର ପ୍ରଦର୍ଶନ ଦେଖିବାକୁ ମିଳିବ । ଏହି ଗହଣା ଗୁଡିକୁ ବିଭିନ୍ନ ଅବସର ପାଇଁ ପରିଧାନ କରାଯାଇପାରିବ। ନୁଓ୍ବା କଲେକ୍ସନ ସାରା ରାଜ୍ୟରେ ଥିବା ମାଲାବାର ଷ୍ଟୋର ଗୁଡିକରେ ଉପଲବ୍ଧ ହେବ। ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ ଏହି ସମ୍ଭାରକୁ ପ୍ରଚାର ପ୍ରସାର କରିବେ। ଏହି ଅବସରରେ ମାଲାବାର ଗ୍ରୁପ ଅଧକ୍ଷ ଏମ୍ପି ଏନ ଅହମ୍ମଦ କହିଛନ୍ତି, ଯୁବପିଢ଼ିଙ୍କ ଚାହିଦାକୁ ନଜରରେ ରଖି ଏହି ବିଶେଷ କଲେକ୍ସନ ପ୍ରସ୍ତୁତ କରାଯାଇଛି।