banner
Breaking

ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବ

ଶ୍ରୀରାମ ସେନା ପକ୍ଷରୁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର,୧୧ା୩ ଚଳିତବର୍ଷ ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳନ ହେବାକୁ ଯାଉଛି ଶ୍ରୀରାମ ନବମୀ ଉତ୍ସବ । ଏଥିପାଇଁ ଶ୍ରୀରାମ ସେନା ପକ୍ଷରୁ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ଏକ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଶୈଳଶ୍ରୀବିହାର ଫେଜ୍ ୨ ତଳପଡିଆ ଠାରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆ ଯାଇଛି ।

୨୫ ତାରିଖ ବୁଧବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ ଅଂଚଳର ୨୦୦ ମହିଳା ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ପୁସ୍କରିଣୀରୁ ପାଣି ଗ୍ରହଣ କରି ଶୋଭାଯାତ୍ରାରେ ତଳପଡିଆ ପୂଜା ମଣ୍ଡପ ନିକଟକୁ ଆସିବେ । ସେଠାରେ କଳସ ସ୍ଥାପନା କରାଯାଇ ଯଥାବିଧି ଅନୁସାରେ ପୂଜା ଆରମ୍ଭ କରାଯିବ । ସନ୍ଧ୍ୟାରେ ପ୍ରବଚନ, ପାଇକ ଆଖଡା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ସେହିପରି ୨୬ ତାରିଖ ଗୁରୁବାର ଦିନ ଶ୍ରୀରାମଙ୍କ ପୂଜା, ଯଜ୍ଞ ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ଶ୍ରୀରାମ ସେନା ପକ୍ଷରୁ ଲୁମ୍ବିନୀ ବିହାର ଠାରୁ ବିରାଟ ବାଇକ୍ ରାଲି ଓ ପଦଯାତ୍ରା ଆରମ୍ଭ ହୋଇ ନୀଳାଦ୍ରିବିହାର, ଶୈଳଶ୍ରୀବିହାର ହୋଇ ତଳପଡିଆରେ ପହଞ୍ଚିବ । ଏଥିରେ ହଜାର ହଜାର ସଂଖ୍ୟାରେ ଯୁବକ ସାମିଲ ହେବେ । ବିଶେଷ ଆକର୍ଷଣ ସାଜିବ ଆତସବାଜି । ସନ୍ଧ୍ୟାରେ ଭଜନ ସମାରୋହ, ପ୍ରସାଦ ସେବନ ଓ ରାମଲୀଳା କରାଯିବାର ଯୋଜନା ରହିଛି । ହଜାର ହଜାର ସଂଖ୍ୟାରେ ଜନସମାଗମକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ୨୦୦ ସ୍ୱଚ୍ଛାସେବୀ ନିୟୋଜିତ କରାଯିବା ସହିତ ସିସିଟିଭି ଲଗାଯିବ । ଏବଂ ସ୍ଥାନୀୟ ପୁଲିସର ସହାୟତା ନିଆଯିବ ବୋଲି କମିଟି ପକ୍ଷରୁ କୁହା ଯାଇଛି । ଏହି ବୈଠକରେ ଶ୍ରୀରାମ ସେନାର ସଭାପତି ସୌମ୍ୟ ରଞ୍ଜନ ଜେନା, ଉପସଭାପତି ତପନ କୁମାର ନାୟକ, ସମ୍ପାଦକ ଉତ୍କଳ କେଶରୀ ସାହୁ, ମୁଖପାତ୍ର ସୂର୍ଯ୍ୟପ୍ରକାଶ ମହାନ୍ତି, ସଂଯୋଜକ ନିର୍ମଳ ପଣ୍ଡା, ସାଧାରଣ ସମ୍ପାଦକ ରଞ୍ଜନ ରାଉତ, ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ଅରୁପ ଜେନା, ସହ କୋଷାଧ୍ୟକ୍ଷ ପ୍ରଭୁ ପ୍ରସାଦ ପାଇକରାୟ, ଯୁଗ୍ମ ସମ୍ପାଦକ ରଜତ ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Comments are closed.