ଭୁବନେଶ୍ୱର: ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର ରୟାଲ ପକ୍ଷରୁ ଭୁବନେଶ୍ବର ଭରତପୁର ସ୍ଥିତ ୱାର୍ଡ ନମ୍ବର ୨୨ ତାରିଣୀ ବସ୍ତିରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ବର ରୟାଲର ସଭାପତି ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ, ପାଷ୍ଟ ପ୍ରେସିଡେଣ୍ଟ ରୋଟାରୀଆନ ଅଜୟ ପଟନାୟକ,ପାଷ୍ଟ ପ୍ରେସିଡେଣ୍ଟ ରୋଟାରୀଆନ ବାଦଲ ପରିଜା,ବିଜେପି ଭୁବନେଶ୍ୱରର ପୂର୍ବତନ ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା , ବିଜେପି ବସ୍ତି ସେଲର ସଭାପତି ଅଞ୍ଜନ ନାଥ, ପ୍ରସନ୍ନ କୁମାର ସାହୁ,ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ଉପ ସଭାପତି ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଭରତପୁର ଅଞ୍ଚଳର ଯୁବକ ମା ଭଉଣୀ ମାନଙ୍କ ଉପସ୍ଥିତ ଥିଲେ।




