ସୈନିକ ସ୍କୁଲ ପରିସରରେ ୩୦ ନଡିଆ ଗଛ ଚାରା ରୋପଣ

ଭୁବନେଶ୍ୱର,: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ସେବାପକ୍ଷ ପାଳନ ଅବସରରେ ଶିଖରଚଣ୍ଡୀ ମଣ୍ଡଳ ପକ୍ଷରୁ ସୈନିକ ସ୍କୁଲ ପରିସରରେ ୩୦ ଟି ନଡିଆ ଗଛ ଚାରା ରୋପଣ କରାଯାଇଛି । ମଣ୍ଡଳ ସଭାପତି ବିଭୂତି ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସ୍କୁଲ ଅଧ୍ୟକ୍ଷ କର୍ଣ୍ଣେଲ ପଙ୍କଜ କୁମାର, ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରୀତମ କାମ୍ବଲେ, କ୍ୱାଟର ମାଷ୍ଟର ପାନନ ବିଷୋୟୀ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଏନଟିପିସିର ପୂର୍ବତନ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳ, ନାଲକୋର ପୂର୍ବତନ ସିଏମଡି ତପନ କୁମାର ଚାନ୍ଦ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ତ୍ରିପାଠୀ, ସଞ୍ଜୟ କୁମାର ଦାସ, ମାନସ ରଞ୍ଜନ ତ୍ରିପାଠୀ, ସନ୍ଦୀପ ସାମଲ, ପ୍ରଣତି ପ୍ରଧାନ, ବିଶ୍ୱ କଲ୍ୟାଣ ନନ୍ଦ, ଧୀରେନ ବାରିକ, ସ୍ନେହଲତା ଜେନା, ରଶ୍ମିତା ପାତ୍ର, ଲଳିତା ବେହେରା, ସୁଶାନ୍ତ ସାହୁ, ସର୍ବେଶ୍ୱର ଦାସଙ୍କ ସମେତ ଅନେକ କାର୍ଯ୍ୟର୍କ. ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।