ସରକାରୀ ପଲିଟେକନିକ୍ ବୈଦ୍ୟୁତିକ ବିଭାଗରେ ଏନର୍ଜି କ୍ଲବର ଶୁଭାରମ୍ଭ
ଭୁବନେଶ୍ୱର,: ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଠାରେ ଓଡିଶା ସରକାରଙ୍କ ଶକ୍ତି ଭିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ପ୍ରମୁଖ ବିଦ୍ୟୁତ ନୀରିକ୍ଷକ କାର୍ଯ୍ୟାଳୟ ସହଭାଗିତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରଧାମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଓ ଶକ୍ତି ସଂରକ୍ଷଣ ଉପରେ ବିସ୍ରୃତ ଭାବରେ ଆଲୋଚନା ହୋଇଥିଲା । ଆଜିର ଯୁଗରେ ଶକ୍ତି ସଂରକ୍ଷଣ କେବଳ ଜରୁରୀ ନୁହେଁ, ଏକ ଜୀବନଶୈଳୀ । ଏହାକୁ ସାର୍ଥକ କରିବା ପାଇଁ ପଲିଟେକନିକ୍ ବୈଦ୍ୟୁତିକ ବିଭାଗ ପକ୍ଷରୁ ଏନର୍ଜି କ୍ଲବ ଉଦ୍ଘାଟିତ ହୋଇଥିଲା । ଏଥିରେ ଅତିଥି ଭାବେ ପ୍ରଫେସର ରାମ ପ୍ରସାଦ ପଣ୍ଡା, ଶକ୍ତି ସଂରକ୍ଷଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଶୋକ ଦାସ, ଅଧିକ୍ଷଣ ଯନ୍ତ୍ରୀ ସାଇ ଓମ୍ ବିଷ୍ଣୁ ଶଙ୍କର, ପଲିଟେକନିକ୍ର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଦ୍ୟୁତ ଶକ୍ତି ସଂରକ୍ଷଣ ଓ ସୁର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଉପରେ ଆଲୋକପାତ କରିଥିଲେ । ଜୟନ୍ତ ସାହୁ ସୋଲାର ପ୍ୟାନେଲର କାର୍ଯ୍ୟକାରିତା, ବିଦ୍ୟୁତ ସଂରକ୍ଷଣ ଓ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ସମ୍ପର୍କରେ କହିଥିଲେ । ମନୋଜ ପଟ୍ଟନାୟକ ଷ୍ଟାଣ୍ଡାଡ ଆଣ୍ଡ ଲେବଲିଂ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ପଲିଟେକନିକ୍ ବୈଦ୍ୟୁତିକ ବିଭାଗର ମୁଖ୍ୟ ପ୍ରୀତି ପ୍ରଜ୍ଞାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈବ୍ୟୁତିକ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Yo guys, just checked out ssbet77! Seems like a decent place to try my luck. Anyone else had a good experience there? Might drop some cash later! Check it out: ssbet77
Interesting analysis! Seeing more platforms like sinagph apk pop up, it’s good they’re focusing on responsible gaming & KYC – crucial for trust. Wonder how their RNG certification stacks up though? Solid points overall!
It’s interesting how slots are evolving – more than just luck now, it seems! Seeing platforms like 55bmw vip club focus on VIP rewards & smooth registration (quick verification is a plus!) is a smart move for players. Gotta be cautious though, always play responsibly!