ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୩୧ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରାୟ ୬ ଶହ ଛାତ୍ରଛାତ୍ରୀ ଭାଗ ନେଇ ବିଭିନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶନ କରିବା ସହିତ ପତ୍ରବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ, ନିବନ୍ଧ ଆଦିରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜଧାନୀ ମୁଖ୍ୟ ଚିକିତ୍ସାଳୟର ଅବସର ପ୍ରାପ୍ତ ଉପ ନିର୍ଦ୍ଦେଶକ ଡ. ରୁଦ୍ର ପ୍ରସନ୍ନ ପାତ୍ର ଯୋଗଦେଇ ବିଜ୍ଞାନ ଅନନ୍ତ ଓ ଅସୀମ ବୋଲି କହିଥିଲେ । ମୁଖ୍ୟ ବକ୍ତା ପ୍ରଫେସର ଡ. ନିର୍ମଳ ଚନ୍ଦ୍ର ବିଶ୍ୱାଳ, ସମ୍ମାନିତ ଅତିଥି ସମ୍ବିତ୍ ଜେନା, ବିଦ୍ୟାଳୟର ସମ୍ପାଦକ ସତ୍ୟବ୍ରତ ପୃଷ୍ଟି ପ୍ରମୁଖ ଉପସ୍ଥିତ କୁନିକୁନି ବୈଜ୍ଞାନିକ ମାନଙ୍କୁ ନୂତନ ଜ୍ଞନ କୌଶଳ ପ୍ରତି ରୁଚି ରଖି ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ବିଶ୍ୱ ସମୁଦାୟର ମଂଗଳ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନ ମନ୍ଦିର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ବିଦ୍ୟାଳୟର କୋଷାଧ୍ୟକ୍ଷ ଅଞ୍ଜନ କୁମାର ତାହା ଓ ପୁରୀ ବିଭାଗ ନିରୀକ୍ଷକ ନୃସିଂହ ଚରଣ ମିଶ୍ର ସଭାରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ ଆଲୋକ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବରିଷ୍ଠ ଆଚାର୍ଯ୍ୟ ଅଭୟ କୁମାର ଚୌଧୁରୀ ସଭା ପରିଚାଳନା କରିଥିଲେ । ଏହି ଅବସରରେ କୃତୀତ୍ୱ ଅର୍କନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରଷ୍କାର ପ୍ରଦାନ କରିଥିଲେ । ଗୁରୁମା ସତ୍ୟଭାମା ପଣ୍ଡାଙ୍କ ନେତୃତ୍ୱରେ ଶିଶୁମାନେ ପାଇକ ନୃତ୍ୟ, ଘୋଡାନା ଓ ଲୋକନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।