banner
Breaking

ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ୨୨ଜଣ ସଫଳ ଓଡିଆ ମହିଳାକୁଂ ସମ୍ମାନ

2

ଭୂବନେଶ୍ବର: ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ପ୍ରଥମ ଥର ଓଡିଶାର ବିଭିନ୍ନ ବୃତ୍ତିରେ ଶିଖରରେ ପହଂଚିଥିବା ୨୨ଜଣ ମହିଳାକୁଂ ସମ୍ମାନିତ କରାଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଭାରତର ବରିଷ୍ଠ ପୂର୍ବତନ ମନ୍ତ୍ରୀ , ସାଂସଦ, ସୁଲେଖିକା ଓ ସମାଜସେବୀ ଶ୍ରୀମତୀ ମେନକା ଗାନ୍ଧୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହି ସମସ୍ତ ମହିଳାକୁଂ ସମ୍ମାନିତ କରିଥିଲେ।

ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ଏବଂ ତାକଂ ସହଧର୍ମିଣୀ ରୋଟାରିଆନ ଈତୁନ୍ ମହାପାତ୍ର ଏହି ସଭାର ଆୟୋଜନ କରିଥିଲେ। ରୋଟାରିଆନ୍ କର୍ଣ୍ଣେଲ ସୋନାଲି ରଥ ଓ ରୋଟାରିଆନ ଆକଂକ୍ଷା ମହାପାତ୍ର ଅନ୍ୟ ରୋଟାରିଆନମାନକଂ ସହାୟତାରେ ଦକ୍ଷତାର ସହ ମଂଚ ପରିଚାଳନା କରିଥିଲେ। ରୋଟାରିଆନ ମେଜର ଡଃ ସୁମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମରେ ଚେୟାରମ୍ୟାନ ରୂପେ ଓ ରୋଟାରିଆନ ସସ୍ମିତା ଦାଶ ସହ ଚେୟାରମ୍ଯାନ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।
ସଫଳତାର ଶିଖରରେ ପହଂଚିଥିବା ୨୨ଜଣ ମହୀୟସୀ, ଯଶସ୍ୱୀ ମହିଳାକୁଂ ଶ୍ରୀମତୀ ମେନକା ଗାନ୍ଧୀ ରୋଟାରୀ ଉତ୍ତରୀୟ, ମାନପତ୍ର ସହ ମେମେଣ୍ଟୋ ପ୍ରଦାନ କରି ଆଗକୁ ଆହୁରି ଭଲ କାମ କରିବା ପାଇଁ ଉଦବୋଧନ ଦେଇଥିଲେ। ନିଜ ଭାଷଣରେ ଶ୍ରୀମତୀ ଗାନ୍ଧୀ ନିଜ ଜୀବନର ଉଦାହରଣ ଦେଇ ନାରୀମାନେ ପ୍ରତି ପଦକ୍ଷେପରେ ସମ୍ମୁଖୀନ ହେଉଥିବା ବାଧା ବିଷୟ କହିଥଲେ , ମାତ୍ର ସମସ୍ତ ବାଧାକୁ ଅତିକ୍ରମ କରି ନିଜର ସ୍ୱପ୍ନ ସାକାର କରିଥିବା ଏହି ଯଶସ୍ୱୀ ମହିଳାକଂ ପଦାକଂ ଅନୁସରଣ କରିପାରିଲେ ଆମ ଦେଶ ନିଶ୍ଚୟ ବିକଶିତ ଭାରତ ହୋଇ ପାରିବ ବୋଲି ସେ ଦୃଢ ମତ ରଖିଥିଲେ। ନିଜ ଭାଷଣରେ ସେ ନିଜ ମାତାକଂ ପ୍ରତି ଶ୍ରଦ୍ଧାଂଜଳି ଦେବା ସହ ସବୁ ମାତାମାନେ ଦେଶର ଭବିଷ୍ଯତ ଗଢିବାର ଦାୟିତ୍ୱ ନିଅନ୍ତୁ ବୋଲି ମତ ପୋଷଣ କରିଥିଲେ। ନାରୀ ପୁରୁଷ ସମସ୍ତେ ମଣିଷ ସହ ମୁକ ପଶୁପକ୍ଷୀକଂ ପ୍ରତି ଦୟା ଭାବକୁ ଶ୍ରେଷ୍ଠ ଭୂଷଣ ରୂପେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
ସଭା ଶେଷଭାଗରେ କାର୍ଯ୍ଯକ୍ରମରେ ସହଭାଗୀତା କରିଥିବା ଓ ପରିଚାଳନା କରିଥିବା ସମସ୍ତ ରୋଟାରିଆନମାନଂକୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଏହି ସଭାରେ ୩୦୦ ରୁ ଅଧିକ ରୋଟାରିଆନ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀମତୀ ମେନକା ଗାନ୍ଧୀ “ ପିପୁଲ ଫର ଆନିମେଲସ୍” ସଂସ୍ଥାର ଭୁବନେଶ୍ୱର ସ୍ଥିତ ଶାଖାରେ ପଶୁମାନକଂ ପାଇଁ ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ନିର୍ମିତ ଏକ ଚିକିତ୍ସା ଗୃହକୁ ଫିତାକାଟି ଉନ୍ମୋଚିତ କରିଥିଲେ ଏବଂ ଏହି ସଂସ୍ଥାର ସଦସ୍ୟ ପଶୁପକ୍ଷିଙ୍କ ଆଶୁ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ଜ୍ଞାନ ଦେଇଥିଲେ।

Khansweb Solution Bhubaneswar
2 Comments
  1. bodogpokerdownload says

    Ready to hit the virtual felt! Looking for the official Bodog Poker download. Located bodogpokerdownload.com. Hope it’s legit and the software is smooth. Click here: bodogpokerdownload

  2. 639jl75 says

    639jl75 is where it’s at! Great selection of games and the interface is smooth. Had a couple of good wins! Definitely a keeper. Try it here: 639jl75

Leave A Reply

Your email address will not be published.