banner
Breaking

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ସେଲିଓ ଷ୍ଟୋର

1

ଭୁବନେଶ୍ୱର- ପ୍ରସିଦ୍ଧ ଫ୍ରେଞ୍ଚ୍ ମେନ୍ସ ୱେୟାର ବ୍ରାଣ୍ଡ ସେଲିଓ ଏବେ ଓଡିଶାରେ। ରାଜଧାନୀ ଭୁବନେଶ୍ବରରେ ଭୁବନେଶ୍ୱରରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ରେ ଥିବା ୧୬୦୦ ବର୍ଗଫୁଟ ଆକାରର ଏହି ଷ୍ଟୋରରେ ଆଧୁନିକ ଷ୍ଟାଇଲ ସହ ପ୍ୟାରିସଆନ ଉନ୍ନତ ଫ୍ୟାସନ ଉପଲବ୍ଧ ଅଛି। ଯାହା ଓଡ଼ିଶାର ମେନ୍ସ ଓ୍ବେୟାର ଏକ ଅଭିନବ ଅନୁଭୁତି ଆଣିବ। ଏହାର ଆରମ୍ଭ ସହ ସେଲିଓ ଭାରତରେ ତାହର ୬୯ତମ ଷ୍ଟୋର ଆରମ୍ଭ କରିଛି। ଏହା ଦେଶରେ ନିଜର ବ୍ରାଣ୍ଡ ବିସ୍ତାର କରିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଓ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଜିଏମ୍ ଦୁଲାଲ ଚନ୍ଦ୍ର ସାହୁ ଏହାକୁ ଉଦଘାଟନ କରିଥିଲେ। ସେଲିଓର ନ୍ୟାସନାଲ ସେଲ୍ସ ମ୍ୟାନେଜର ମନୋଜ ଭତିଜା ଉପସ୍ଥିତ ଥିଲେ।
ତେବେ ଏହି ନୂଆ ଷ୍ଟୋରରେ ଅନେକ କଲେକ୍ସନ୍ ଦେଖିବାକୁ ମିଳିବ। ଏଠାରେ ଷ୍ଟାଇଲିଶ୍ କାଯୁଆଲ ୱେୟାର, ଏଲିଗେଣ୍ଟ ଫର୍ମାଲ୍ସ ସହ ଆସେସୋରିଜ୍ ବି ରହିଛି। ସେଲିଓର କଲେକ୍‌ସନ୍‌ର ଆକର୍ଷଣ ହେଉଛି ୧୦୦% ବ୍ରିଦେବଲ୍ ଲାଇନେନ୍ ପୋଷାକ, କୋ-ଅର୍ଡ୍ ସେଟ୍, ଲାଇନେନ୍ ଟ୍ରାଉଜର୍, ଇଜି ଗୋଇଁଗ୍ ଶର୍ଟ୍ସ, ରିଲାକ୍ସ୍ ଫିଟ୍ ଜିନ୍ସ, ପ୍ରିଣ୍ଟେଡ୍ ଶର୍ଟ୍, ପୋଲୋ, ଟି-ଶର୍ଟ୍ ଓ ଏକ ବିଶାଳ ଆନିମେ ଥିମ୍‌ ରେଞ୍ଜ – ଯାହାରେ ଅଛି ନାରୁଟୋ ଓ ଡିମନ୍ ସ୍ଲେୟର୍ ପରି ପ୍ରସିଦ୍ଧ ଶୀର୍ଷକ। ଭଲ ଟେଲର୍‌ଡ୍ ଶର୍ଟ୍, ଭିନ୍ନ ଶୈଳୀର ଚିନୋ, ଇଟାଲିଆନ୍ ଇନୋଭେସନ୍ ଡେନିମ୍ ଓ ଷ୍ଟେଟମେଣ୍ଟ ଜାକେଟଗୁଡ଼ିକ ସେଲିଓର ଉତ୍କୃଷ୍ଟ ଗୁଣବତ୍ତା, ସଂପୂର୍ଣ୍ଣ ସ୍ବଚ୍ଛତା ଓ ଏଫର୍ଟଲେସ୍ ଷ୍ଟାଇଲ୍‌କୁ ପ୍ରତିଫଳିତ କରେ।

ସେଲିଓ ଇଣ୍ଡିଆର ସିଇଓ ଶ୍ରୀ ସତ୍ୟେନ୍ ମୋମୟା କହିଛନ୍ତି, “ଫ୍ରାନ୍ସର ପ୍ୟାରିସିୟନ୍ ଫ୍ୟାଶନ୍ କୁ ଓଡିଶାରେ ଜନପ୍ରିୟ ଏବଂ ଭୁବନେଶ୍ୱରକୁ ନେଇ ଆସିବା ପାଇଁ ଆମେ ଅତ୍ୟନ୍ତ ଉତ୍ସାହିତ। ଏହି ସହର ସଂସ୍କୃତି ଓ ଆଧୁନିକତାର ମିଳନ ସ୍ଥଳ, ଯେଉଁଠାରେ ଆମର ନୂଆ ଷ୍ଟୋର ଉଦଘାଟନ ହେବା ଏକ ସଠିକ୍ ନିଷ୍ପତ୍ତି। ଏହା ଭାରତରେ ଆମ ବ୍ରାଣ୍ଡ ର ବିସ୍ତାର ପ୍ରତି ଦୃଢ଼ ସଙ୍କଳ୍ପକୁ ପ୍ରମାଣିତ କରିବ। ଗୁଣବତ୍ତାପୂର୍ଣ୍ଣ ଓ ଉନ୍ନତ ଫ୍ୟାଶନ ମାଧ୍ୟମରେ ଉପଭୋକ୍ତାଙ୍କୁ ଆନନ୍ଦିତ କରିବା ଉଦ୍ଦେଶ୍ୟକୁ ନେଇ ଆମେ ଆଗକୁ ବଢ଼ୁଛୁ।”

ସେଲିଓର ଏହି ନୂଆ ଷ୍ଟୋର ଏକ ଆଧୁନିକ, ଆକର୍ଷଣୀୟ ଡିଜାଇନ୍ ସହିତ, ବିଭିନ୍ନ ପ୍ରୋଡକ୍ଟ ଜୋନ୍ ଓ ସ୍ବାଗତଯୋଗ୍ୟ ଶପିଂ ଅଭିଜ୍ଞତା ଦେବ। ଏହି ଉଦଘାଟନ ସହିତ ସେଲିଓ ଭାରତରେ ତାଙ୍କର ଅଭିବୃଦ୍ଧି ଅଭିଯାନକୁ ଆଗକୁ ନେବ।
ଗ୍ରାହକ ହେଲେ ପ୍ରଥମ ଏବଂ ତାଙ୍କ ଅନୁଭୂତି ଓ ଆଧୁନିକ ମେନ୍ସୱେୟାର ଟ୍ରେଣ୍ଡ୍ ସହିତ ଆଜିର ଭାରତୀୟ ପୁରୁଷଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

Khansweb Solution Bhubaneswar
1 Comment
  1. 68wim says

    So, I checked out 68wim. Everything goes ok so far and had some fun, so i recommend it. Do some research first! Check 68wim

Leave A Reply

Your email address will not be published.