banner
Breaking

ଜନସାଧାରଣଙ୍କ ମୌଳିକ ସୁବିଧା ଛଡେଇ ନେଉଛି ବିଡ଼ିଏ ଘର ସମ୍ମୁଖରେ ରାସ୍ତା ଦେବାକୁ ଦାବି

1

ଭୁବନେଶ୍ୱର : ରାସ୍ତାଘାଟ, ପାଣି, ପରିମଳ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ନିହାତି ଆବଶ୍ୟକତା ରହୁଥିଲା ବେଳେ ଜନସାଧାରଣଙ୍କ ଠାରୁ ଏହି ମୌଳିକ ସୁବିଧା ଛଡେଇ ନେଉଛି ବିଡ଼ିଏ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନୀଳାଦ୍ରି ବିହାରରେ ସ୍ଥିତିବାନ ଜାଗାରେ ରହୁଥିବା ବାସିନ୍ଦାମାନେ। ଆଜି ନିଜ ଘର ସମ୍ମୁଖରେ ପ୍ରତିବାଦ କରିବା ସହିତ ଘର ସମ୍ମୁଖରେ ରାସ୍ତା ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି। ଅଭିଯୋଗ ଅନୁସାରେ ଚନ୍ଦ୍ରଶେଖରପୁର ମୈାଜା ନୀଳାଦ୍ରି ବିହାର ସେକ୍ଟର-୧ ଅଧିବାସୀମାନେ ନିଜ ନିଜ ପ୍ଲଟରେ ଦୀର୍ଘ ବର୍ଷ ହେବ ଗୃହ ନିର୍ମାଣ କରି ସପରିବାର ରହି ଆସୁଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଦେବା ସହିତ ବିଦ୍ୟୁତ, ପାଣି ସଂଯୋଗ ନେଇ ସେ ବାବଦକୁ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ ସେମାନେ ପୂର୍ବରୁ ଯିବା ଆସିବା କରୁଥିବା କଚ୍ଚା ରାସ୍ତାକୁ ବିଡ଼ିଏ ବିନା କାରଣରେ ବାଡ଼ ପକାଇବାର ମସୁଧା କରି ସଫା କରିବା ସହିତ ବାରମ୍ବାର ଘରକୁ ଆସି ଚେତାବନୀ ଦେଉଛି। ଏନେଇ ସେମାନେ ବିଡ଼ିଏ, ସାଧାରଣ ପ୍ରଶାସନ ବିଭାଗର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଯଦି ବିଡ଼ିଏ ବାଡ଼ ପକାଏ ତାହେଲେ ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧାରୁ ବଂଚିତ ରହିବେ। ତେଣୁ ଘର ସମ୍ମୁଖରେ ପୂର୍ବରୁ ଥିବା ୫୦ ଫୁଟର କଚ୍ଚା ରାସ୍ତାଟିକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଅଭିଯୋଗ କରିଛନ୍ତି।

Khansweb Solution Bhubaneswar
1 Comment
  1. 888gamevn says

    Alright, 888gamevn online is legit. The game is good but the UI is not the best. Nevertheless, still worth playing. Check it out for yourself: 888gamevn

Leave A Reply

Your email address will not be published.