banner
Breaking

ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ

1

ଭୁବନେଶ୍ୱର,୧ା୪ ପବିତ୍ର ଉତ୍କଳ ଦିବସ ଅବସରରେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳନ ଉତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃଷ୍ଣ ଚନ୍ଦ୍ର ସୂଆରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ବରିଷ୍ଠ ମାଗରିକ ମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ ଯୁଗଳ କିଶୋର ସାହୁ, ସମ୍ମାନୀତ ଅତିଥି ଭାବେ ଯୁବନେତା ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁତ୍ରରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ କୁମାର ପାଢୀ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କର ମୁତ୍ରରୋଗ ବିଷୟରେ ଆଲୋଚନା କରି ଏହାର ଉପଯୁକ୍ତ ଚିକିତ୍ସା ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । ସର୍ବପ୍ରଥମେ ଗାୟତ୍ରୀ ମନ୍ତ୍ର ପାଠ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂଘର ସମ୍ପାଦକ ରବିନ୍ଦ୍ର ନାଥ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ଯୁଗ୍ମ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଦସ୍ୟ ନିରଞ୍ଜନ ସାମଲ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ୫ ଜଣ ଅତି ବରିଷ୍ଠ ନାଗରିକ କୃଷ୍ଣଚନ୍ଦ୍ର ଦାସ, ଯୁଧିଷ୍ଠିର ପରିଡା, ଗିରିଧାରୀ ରଥ, ପ୍ରଫୁଲ କୁମାର ଦାଶ ଓ ମହେଶ୍ୱର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସଭାପତି ପବିତ୍ର ମୋହନ ପରିଚ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବଂଶୀଧର ନାୟକ, ପ୍ରଫୁଲ କୁମାର ଦାଶ, ଶରତ କୁମାର ବାରିକ, ତ୍ରିଲୋଚନ ମହାନ୍ତି ଓ ଯୁବ ସହଯୋଗୀ ଶାନ୍ତନୁ କୁମାର ବିଶ୍ୱାଳ ସହଯୋଗ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar
1 Comment
  1. esportebet says

    Esportebet is good to know sports betting. With a lot of matches it might become your favorite betting site. See for yourself: esportebet

Leave A Reply

Your email address will not be published.