banner
Breaking

ରୋଟାରୀ ଓ ମାଷ୍ଟର ଗିରିଜା ରୋଡ୍ ସେଫ୍ଟି ଟ୍ରଷ୍ଟ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

5

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା 3262,ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ଓ କମିଶନରେଟ ଟ୍ରାଫିକ, ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରମୁଣ୍ଡା ବସ ମାଲିକ ସଂଘର କାର୍ଯ୍ୟାଳୟ ଗୃହ ମଧ୍ୟରେ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପ୍ରାୟ 100ରୁ ଉର୍ଦ୍ଧ ବସ ଚାଳକ ଓ କର୍ମଚାରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ରୋଟାରୀ ପ୍ରାନ୍ତପାଳ ରୋଟାରୀଆନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡିସିପି ଟ୍ରାଫିକ ତପନ କୁମାର ମହାନ୍ତି,ବରମୁଣ୍ଡା ବସ ମାଲିକ ସଂଘର ସଭାପତି ରୋଟାରୀଆନ ବରଦା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ବସ୍ ଚାଳକ ମାନଙ୍କୁ ଚକ୍ଷୁ ପରୀକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ। ଏହି ଅବସରରେ ବସ୍ ଚାଳକ ମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ରୋଟାରୀ ଜିଲ୍ଲା ସଡକ ସୁରକ୍ଷା ଅଧ୍ୟକ୍ଷା ତଥା ମାଷ୍ଟର ଗିରିଜା ମେମୋରିଆଲ ରୋଡ଼୍ ସେଫଟି ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟବାଳା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ରୋଟାରୀଆନ କର୍ଣ୍ଣେଲ ସୋନାଲି ରଥ ସହଯୋଗ କରିଥିଲେ। ଜିଲ୍ଲା ସଡ଼କ ସୁରକ୍ଷା ସହ ଅଧ୍ୟକ୍ଷ ରୋଟାରୀଆନ ଶାକ୍ୟସିଂହ ପଟ୍ଟନାୟକ ଓ ବ୍ୟୋମକେଶ ପୃଷ୍ଟିଙ୍କ ସହ ରୋଟାରୀଆନ ବିଘ୍ନେଶ୍ୱର ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Khansweb Solution Bhubaneswar
5 Comments
  1. 79sodobet says

    Put some time into 79sodobet, and it’s now a definite contender in my book. No issues at all, and the selection is massive. What are you waiting for? go take a look. 79sodobet

  2. 888bonline says

    Been playin’ around on 888bonline lately and gotta say, I’m impressed! Good selection of games and a decent user experience. Worth a look, mates! 888bonline

  3. jili50 says

    Anyone know if jili50 is legit? Seen some buzz, might need to check it out myself.

  4. jljl33login says

    Just signed up at jljl33login. The registration process was easy enough, and the site looks clean. Will update later after I’ve had a proper go. jljl33login

  5. sodo.pro says

    Sodo.pro? Nghe tên cũng pro phết nhỉ. Có ai giàu lên nhờ chơi ở đây không? Confess! Access here: sodo.pro

Leave A Reply

Your email address will not be published.