ନୀଳାଦ୍ରି ବିହାର ସ୍ପୋର୍ଟସ ଦୋକାନରୁ ଚୋରି
ଚନ୍ଦ୍ରଶେଖରପୁର,: ଖେଳାଳି ବେଶରେ ଆସି ଦୋକାନରୁ ଜିନିଷ କିଣିବା ବାହାନାରେ ଚୋରି କଲେ। ଦୋକାନୀ ଜଣକ ସିସିଟିଭି ଦେଖି ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ନୀଳାଦ୍ରି ବିହାର ଅଞ୍ଚଳରେ। ସୂଚନା ଅନୁଯାୟୀ ନୀଳାଦ୍ରି ବିହାର ଜିଏ ପ୍ଲେଟରେ ଥିବା ଏକ ସ୍ପୋର୍ଟସ ଦୋକାନକୁ ତିନି ଜଣ ନାବାଳକ ଜିନିଷ କିଣିବା ବାହାନାରେ ଆସିଥିଲେ। ଜଣେ ଦୋକାନୀଙ୍କ ସହିତ ବିଭିନ୍ନ ସାମଗ୍ରୀର ଦାମ ବିଷୟରେ ପଚାରିବା ସହିତ ବିଭିନ୍ନ କଥା କହି ଦୋକାନୀଙ୍କୁ ଅନ୍ୟମନସ୍କ କରାଇଥିଲେ। ଅନ୍ୟ ଜଣେ ଦୋକାନୀଙ୍କ ଗତିବିଧି ଲକ୍ଷ୍ୟ କରି ଇସରା ଦେଇଥିଲା। ତୃତୀୟ ଜଣକ ଦୋକାନୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ କିଛି ଖେଳ ସାମଗ୍ରୀ ଚୋରି କରି ନେଇଥିଲେ। ସେମାନେ ଯିବା ପରେ ଦୋକାନୀ ଜଣକ ଭିତରକୁ ଯାଇ ଦେଖିଲା ବେଳକୁ ଥାକରେ କିଛି ଜିନିଷପତ୍ର ଖାଲି ହୋଇଛି।ସନ୍ଦେହ ହେବାରୁ ସେ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ନାବାଳକ ଜଣକ ଚୋରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ସହିତ ସିସିଟିଭି ଦୃଶ୍ୟ ଦେଖାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗ ଗ୍ରହଣ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

15cs9x
1c1pqh
mg45uc
Yet another version of Bluphim? Wonder what it does. I’ll take a look. bluphim3
Yo! Just checked out lodigame4 after seeing it mentioned. Pretty slick interface, felt super intuitive. Gonna give it a proper run this weekend. Hope it delivers! Check it out for yourselves: lodigame4