ଓଡ଼ିଶାରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଅଦ୍ଭୁତପୂର୍ବ ସମର୍ଥନ
ଭାରତ ସରକାରଙ୍କ ‘ବାଲ୍ ବିବାହ ମୁକ୍ତ ଭାରତ’ଅଭିଯାନ ଅନ୍ତର୍ଗତ ଜଷ୍ଟ୍ ରାଇଟ୍ସ ଫର୍ ଚିଲଡ୍ରେନ(ଜେଆରସି)ମିଳିତ ମଂଚ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଓଡିଶାର ରାଜରାସ୍ତା, ବିଦ୍ୟାଳୟ, ରାସ୍ତା ଏବଂ ବଜାରରେ ହଜାର ହଜାର ଲୋକ ଭିଡ଼ ଜମାଇ ସେମାନଙ୍କର ସମର୍ଥନ ପ୍ରଦାନ କରିଥିଲେ । ୨୫ଟି ଜିଲ୍ଲାର ପ୍ରାୟ ୪,୦୦୦ଟି ଗାଁରେ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ଡ୍ରାଇଭ, କ୍ୟାଣ୍ଡେଲ ଲାଇଟ ମାର୍ଚ୍ଚ ଏବଂ ରୋଡ ସୋ ଆୟୋଜିତ ହୋଇଥିଲା ।
ଏକ ସାମାଜିକ କାରଣ ପାଇଁ ଏକତା ଭାବନା ଦେଖିବାକୁ ମିଳିଥିଲା । ପୋଲିସ ଷ୍ଟେସନ,କୋର୍ଟ, ପଂଚାୟତ ସଦସ୍ୟମାନେ, ନେତାମାନେ, ବିଦ୍ୟାଳୟର ପିଲା, ଶିକ୍ଷକ, ଶିଶୁ ଏବଂ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ବ୍ୟକ୍ତି ବାଲ୍ୟବିବାହକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦେଶର ୪୦୦ରୁ ଅଧିକ ଜିଲ୍ଲାର ୨୫୦ରୁ ଅଧିକ ଏନଜିଓ ସହଭାଗୀଙ୍କୁ ନେଇ ଜେଆରସି ମିଳିତ ମଂଚ ରାଜ୍ୟ ସରକାର ଏବଂ ଓଡିଶାର ୨୫ଟି ଜିଲ୍ଲାର ସ୍ଥାନୀୟ ପ୍ରଶାସନ ସହିତ ମିଳିତ ହୋଇ ବାଲ୍ୟବିବାହକୁ ହଟାଇବା ପାଇଁ କାର୍ଯ୍ୟ କରୁଛି । ଜେଆରସିର ସହଯୋଗୀମାନେ ସଚେତନତା ଏବଂ ଆଇନଗତ ହସ୍ତକ୍ଷେପ ମାଧ୍ୟମରେ ଭାରତରେ ୨,୫୦,୦୦୦ରୁ ଅଧିକ ବାଲ୍ୟବିବାହକୁ ରୋକିଛନ୍ତି ।
ସମଗ୍ର ରାଜ୍ୟରେ ଜାରି ରହିଥିବା କାର୍ଯ୍ୟକ୍ରମଗୁଡିକ ‘ମୁଁ ବାଲ୍ୟବିବାହ ବିରୁଦ୍ଧରେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଉଛି’ ସମର୍ଥନ ହାସଲ କରିଥିଲା । ମୋର ପରିବାର, ପଡୋ଼ଶୀ କିମ୍ବା ସମ୍ପ୍ରଦାୟରେ କୌଣସି ବାଲ୍ୟବିବାହ ନ ହେବା ପାଇଁ ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ଲୋକେ ପ୍ରତିଜ୍ଞା କରିଥିଲେ । ପଂଚାୟତ ଏବଂ ସରକାରୀ ଅଧିକାରୀଙ୍କୁ କୌଣସି ବାଲ୍ୟବିବାହର ଯେକୌଣସି ପ୍ରୟାସ ସମ୍ପର୍କରେ ଜଣାଇବାକୁ ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ଲୋକେ କହିଥିଲେ ।
ବିବାହର ଶିକାର ହୋଇଥିବା ଶିଶୁ ଦାସତ୍ୱର ଜୀବନ ବିତାଇଥାଏ । ଅଧିକନ୍ତୁ, କର୍ମକ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ନ କରିବା ପାଇଁ ବାଲ୍ୟବିବାହ ହେଉଛି ସବୁଠାରୁ ବଡ କାରଣ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-ଭି(ଏନଏଫଏଚଏସ ୨୦୧୯-୨୧) ରିପୋର୍ଟ ଅନୁସାରେ ଜାତୀୟସ୍ତରରେ ୨୩.୩% ମହିଳା ୨୦-୨୪ ବର୍ଷ ବୟସ ମଧ୍ୟରେ ବିବାହ କରିଥିବାବେଳେ ଓଡ଼ିଶାରେ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥିବା ମହିଳାଙ୍କ ସଂଖ୍ୟା ୨୦.୫ ପ୍ରତିଶତ ରହିଛି ।
ଏସମ୍ପର୍କରେ ଜେଆରସି ପ୍ରତିଷ୍ଠାତା ଭୁବନ ରିଭୁ କହିଲେ, ଜଷ୍ଟ୍ ରାଇଟ୍ସ ଫର୍ ଚିଲଡ୍ରେନ ଆଲାଏନ୍ସରେ ୨୫୦ରୁ ଅଧିକ ଏନଜିଓର ମୋର ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଲକ୍ଷ ଲକ୍ଷ ବାଳିକା ଏବଂ ମା’ଙ୍କ ଯନ୍ତ୍ରଣା ଆମପାଇଁ ଏହି ଐତିହାସିକ ସମୟ ଆଣି ଦେଇଛି । ଆମେ ଆଗକୁ ବଢ଼ିବା ସହିତ ଆମେ ଏକ ସଂସ୍କୃତିର ବିକାଶ ପାଇଁ ରାଜ୍ୟର ସରକାରଙ୍କ ନେତୃତ୍ୱକୁ ଲାଭ କରିବାକୁ ଆଶା ରଖିଛୁ । ଯାହାଦ୍ୱାରା ପ୍ରତିରୋଧ, ସୁରକ୍ଷା ଏବଂ ପ୍ରବର୍ତନ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିହୋଇ ପାରିବ । ଏହା ପାରସ୍ପରିକ ସହଯୋଗ ଭିତିରେ ଏକ ଚିରସ୍ଥାୟୀ ସ୍ଥିତି ସୃଷ୍ଟି କରିବ ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନଭେମ୍ବର ୨୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲେ । ସେ ଦେଶର ସମସ୍ତ ଗ୍ରାମପଂଚାୟତ ଏବଂ ବିଦ୍ୟାଳୟରେ ବାଲ୍ୟବିବାହ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରତିଶ୍ରୁତି ଦେଇଥିଲେ । ଏହି ଅଭିଯାନ ୨୫ କୋଟି ଲୋକଙ୍କ ନିକଟରେ ପହଂଚିିବ ବୋଲି ଆଶା କରାଯାଉଛି । ବାଲ୍ୟବିବାହ ରିପୋର୍ଟର ସୁବିଧା ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ୟ ଉନ୍ମୋଚନ ହୋଇଥିଲା ।
ଆଗାମୀ ମାସଗୁଡ଼ିକରେ, ଏହି ଅଭିଯାନକୁ ଓଡିଶାର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ଗ୍ରାମକୁ ନେବାକୁ ଜେଆରସି ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ସହାୟତା କରିବା ଜାରି ରଖିବେ ।
ମିଳିତ ମଂଚ ଆଶା କରୁଛି ଯେ, ଦେଶବ୍ୟାପୀ ଅଭିଯାନ ଗ୍ରାମ କର୍ତୃପକ୍ଷଙ୍କ ସହ ତୃଣମୂଳସ୍ତରରେ ଏହାର କାର୍ଯ୍ୟକୁ ଆହୁରି ଜୋର୍ଦାର କରିବ । ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବ ଏବଂ ଏହି ଅପରାଧକୁ ଦୂର କରିବା ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କୁ ଅବଗତ କରାଇବ ।

Jili123… Simple and straightforward, I guess! All I need is a simple and straightforward win! Sana ol! Check it out yourselves: jili123