ମହାନ କର୍ମଚାରୀ ନେତାଙ୍କ ସ୍ମୃତି ସମାରୋହ
ଭୁବନେଶ୍ୱର : ପତିତପାବନ ପରିଡା ମେମୋରିଆଲ ଟ୍ରଷ୍ଟ ତରଫରୁ ୧୮ତମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କର୍ମଚାରୀ ଭବନ ପରିସରରେ ନରସିଂହ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗଗନ ବିହାରୀ ଭଞ୍ଜ ସମ୍ପାଦକ ବିବରଣୀ ପାଠ କରି ପତିତପାବନ ବାବୁ ଜଣେ ଦୃଢ଼ କର୍ମଚାରୀ ନେତୃତ୍ୱ ବୋଲି ବର୍ଣ୍ଣନା କରିବା ସହିତ ଅତୀତରେ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ହାସଲ ନିମନ୍ତେ ସଦା ସର୍ବଦା ଚେଷ୍ଟିତ ଥିଲେ ବୋଲି କହିଥିଲେ। ଆଶିଷ କୁମାର ନନ୍ଦ କହିଥିଲେ. ଅନେକ ସମୟରେ ପତିତପାବନ ବାବୁଙ୍କ ନେତୃତ୍ୱରେ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ହାସଲ ନିମନ୍ତେ ବହୁବାର ଆନ୍ଦୋଳନ ହୋଇଛି ଏବଂ ଅନେକ ଦାବୀ ମଧ୍ୟ ହାସଲ ହୋଇପାରିଛି। ମୁଖ୍ୟ ବକ୍ତା ଭାବରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ପତିତପାବନ ବାବୁଙ୍କ ଅତୀତର କାର୍ଯ୍ୟଶୈଳୀ ଉପରେ ଆଲୋଚନା କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ପତିତପାବନ ବାବୁଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ଏବଂ ଅନେକ ସମୟରେ କର୍ମଚାରୀ ମାନଙ୍କର ବିଭିନ୍ନ ମୌଳିକ ଦାବୀ ସମ୍ପର୍କୀୟ କାର୍ଯ୍ୟକ୍ରମରେ ମୋତେ ଲୋଡୁଥିଲେ ଏବଂ ମୁଁ ମଧ୍ୟ ତାଙ୍କ ଦ୍ୱାରା ଆୟୋଜିତ ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟ କରିଛି। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ କର୍ମଚାରୀ ବନ୍ଧୁମାନେ ଯଦି କର୍ମଚାରୀଙ୍କ ଦାବୀ ନିମନ୍ତେ ନିଷ୍ଟାର ସହ କାର୍ଯ୍ୟ କରିବେ ତେବେ ତାଙ୍କ ପ୍ରତି ଆଜି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଏହି ସ୍ମୃତି ସଭାରେ ଉଦବୋଧନ ଦେଇ ଦିବଂଗତ କର୍ମଚାରୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ନେତା ଅମୀୟ ମହାନ୍ତି ବକ୍ତବ୍ୟ ପ୍ରଦାନ କଲା ପରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ନେତୃତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶେଷରେ ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5u9whr
4ijr21
jmi9s7
jkkcht
Yo, just checked out hubet8811, and it’s pretty decent! The interface is smooth, and they got a good selection. Worth a look if you’re bored. Check it out here: hubet8811
Just wanted to shout out uu881. Stumbled upon this site and I’m really liking the vibe. The interface is clean, and finding what I’m looking for is easy. Definitely added it to my bookmarks! uu881
cabxxw