ଏମ୍ସରେ ପ୍ରତ୍ୟେକ ସୋମବାର କାର୍ଯ୍ୟ କରୁଛି ସ୍ବତନ୍ତ୍ର ମୁଣ୍ଡ ଏବଂ ଗଳା କର୍କଟ କ୍ଲିନିକ୍
ଭୁବନେଶ୍ୱର, : ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି। ଯାହାକି ନିହାତି ଚିନ୍ତାଜନକ। ଏମ୍ସ ଭୁବନେଶ୍ୱର ଇଏନ୍ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏଥିମଧ୍ୟରୁ ସାଢ଼େ ତିନି ହଜାରରୁ ୪ ହଜାର ରୋଗୀ କେବଳ ମୁଣ୍ଡ ଏବଂ ଗଳା କର୍କଟ ଭାବେ ଚିହ୍ନଟ ହେଉଛନ୍ତି। ଏମାନଙ୍କର ଅସ୍ତ୍ରୋପଚାର କରାଯାଉଥିବା ବେଳେ ପ୍ରାୟ ୧୨ଶହରୁ ଅଧିକ ରୋଗୀ ରେଡିଓଥେରାପି ଏବଂ କେମୋଥେରାପି ଗ୍ରହଣ କରନ୍ତି। ମଦ୍ୟପାନ ଏବଂ ତମାଖୁ ସେବନ ହେତୁ ମୁଣ୍ଡ ଏବଂ ଗଳା କର୍କଟ ରୋଗର ଭୟାବହତା ବୃଦ୍ଧି ଘଟୁଥିବା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ତମାଖୁ ସେବନ, ଧୂମପାନ ଏବଂ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ଏହା କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି। ତେବେ ଉପରୋକ୍ତ ମାଦକ ଦ୍ରବ୍ୟକୁ ପରିତ୍ୟାଗ ଦ୍ବାରା ଏହି ପ୍ରାଣଘାତୀ ରୋଗର ପ୍ରତିରୋଧକୁ ସେ ଗୁରୁତ୍ୱାରୋପ କରିଥିଲେ। ଥରେ ଚିହ୍ନଟ ହେବା ପରେ ଅସ୍ତ୍ରୋପଚାର, ରେଡିଓଥେରାପି ଏବଂ କେମୋଥେରାପି ଦ୍ବାରା ଏହି କର୍କଟ ରୋଗର ଚିକିତ୍ସା କରାଯାଇ ଆରୋଗ୍ୟ କରାଯାଇପାରିବ ବୋଲି ଡ. ବିଶ୍ବାସ ସୂଚନା ଦେଇଛନ୍ତି। ଏମ୍ସ ଭୁବନେଶ୍ୱରରେ ସମସ୍ତ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯାଉଥିବା ପ୍ରକାଶ।
ମୁଣ୍ଡ ଏବଂ ଗଳା କର୍କଟ, ବିଶେଷତଃ ମୁଖ ଗହ୍ବରକୁ ପ୍ରଭାବିତ କରିଥାଏ। ଭାରତୀୟଙ୍କ ମଧ୍ୟରେ ଏହା ସର୍ବାଧିକ କର୍କଟ ଅଟେ। ମହିଳାଙ୍କ ତୁଳନାରେ ଏହି ରୋଗରେ ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି। ପାଟି ଖୋଲିବାରେ ଅସୁବିଧା ହେବା ସହିତ ପାଟି କ୍ରମଶଃ ସଙ୍କୁଚିତ ହୋଇଯିବା, ତୁଣ୍ଡ ଘା’, ଦାନ୍ତ ଓ ବେକ ଫୁଲିଯିବା ଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ଏମ୍ସ ଇଏନ୍ଟି ଏବଂ ମୁଣ୍ଡ ଏବଂ ଗଳା ସର୍ଜରୀ ବିଭାଗର ମୁଖ୍ୟ ଡ. ପ୍ରଦୀପ କୁମାର ପରିଡ଼ା ପରାମର୍ଶ ଦେଇଛନ୍ତି।
ଏନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ଇଏନ୍ଟି ଏବଂ ରେଡିଏସନ୍ ଅଙ୍କୋଲୋଜି ବିଭାଗ ସହଯୋଗରେ ବିଶ୍ବ ମୁଣ୍ଡ ଏବଂ ଗଳା କର୍କଟ ଦିବସ ଅବସରରେ ଶନିବାର ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଡିନ୍ ଡ. ପ୍ରଶାନ୍ତ ଆର୍ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅଶୋକ କୁମାର ଜେନାଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକ, ଛାତ୍ରଛାତ୍ରୀ ଏବଂ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ। ମଦ୍ୟାପାନ, ତମ୍ବାଖୁଜାତୀୟ ନିଶାଦ୍ରବ୍ୟ ସେବନ ପରିତ୍ୟାଗ ସହିତ କର୍କଟ ଚିହ୍ନଟ ଏବଂ ଚିକିତ୍ସା ସମ୍ପର୍କରେ ସଚେତନତା ପ୍ରସାର କରାଯାଇଥିଲା।
ପ୍ରତି ସୋମବାର ଦିନ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ ମୁଣ୍ଡ ଏବଂ ଗଳା କର୍କଟ କ୍ଲିନିକ୍ କାର୍ଯ୍ୟକାରୀ ହେଉଥିବା ଇଏନ୍ଟି ବିଭାଗର ସହଯୋଗୀ ପ୍ରଫେସର ଡ. ଦିଲ୍ଲୀପ କୁମାର ସାମଲ ସୂଚନା ଦେଇଛନ୍ତି। ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମୁଖ କର୍କଟ ଏବଂ ମୁଣ୍ଡ ଏବଂ ଗଳା କର୍କଟ ପାଇଁ ମାଗଣା ସ୍କ୍ରିନିଂ କରାଯାଇଥିଲା। ଏମ୍ସ ଭୁବନେଶ୍ୱରରେ ଗୋଟିଏ ଛାତତଳେ ଅସ୍ତ୍ରୋପଚାର, ରେଡିଓଥେରାପି ଏବଂ କେମୋଥେରାପି ଭଳି ସେବା ପ୍ରଦାନ କରାଯାଏ।

Logged into 888phllogin, and honestly, not bad! Quick and painless, no extra hoops to jump through. Check out 888phllogin if you trying to log in.
Stumbled upon 9556bet1 the other day. Not bad! Quick sign-up and they’ve got a few interesting promos running. Might stick around for a bit. Check em out now: 9556bet1.
Alright, 20betting! Let’s see if it’s the place where I can finally hit that big win! Found the right one, follow the link here: 20betting
Heard about Fortunetigerapp, and it does not hold back. It’s nice playing on the go with this app. Get it here: fortunetigerapp.
Yo, for all my Macau peeps, 7m.cn ma cao is where it’s at for live scores. I’m just sharing what I know, man.
Hey, what’s up with playing.oi? Is that the website, or just a promotional link? Can’t decide whether playing betting is the same as playing.oi? Can you confirm it is available at playing.oi, perhaps?
Wondering about Popbra’s payout percentage? Well, I am too! Need to dive deeper into this. Worth a look for sure on their site, check it out! porcentagem popbra
Spotted s666. plus online. Gave it a whirl. Not bad at all. Good enough for a few rounds when you’re bored. Give it a shot: s666. plus